ଗାଁରେ ପଶି ପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ଗର୍ଭବତୀ

By ETV Bharat Odisha Team

Published : Oct 7, 2023, 2:15 PM IST

thumbnail

କେନ୍ଦୁଝର: ପୁଣି ଜନନୀ ଯନ୍ତ୍ରଣା ।  ଗାଁକୁ ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ଗର୍ଭବତୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଶାମୁକାନାଣ୍ଡି ପଞ୍ଚାୟତ ପଠାନଡିହି ଗାଁରେ  । ଗାଁର ବିଗୁରୁ ବିରୁଆଙ୍କ ସ୍ତ୍ରୀ ସବିତାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ସେମାନେ ଆଶାକର୍ମୀ ବନ୍ଦିତା ଚାତାରଙ୍କୁ ଖବର ଦେଇଥିଲେ । ସେ ଆମ୍ବୁଲାନ୍ସକୁ ଜଣାଇବା ପରେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ କୁମପଦା ଗାଁରେ ଅଟକି ରହିଥିଲା । ତେଣୁ କିଛି ଉପାୟ ନପାଇ ପରିବାର ସଦସ୍ୟଙ୍କ ସହ ଆଶାକର୍ମୀ ବନ୍ଦିତା ଖଟିଆରେ ଗର୍ଭବତୀଙ୍କୁ ଭରାନାଳ ପାର୍ କରି ୧ କିଲୋମିଟର ବୋହି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇ ଥିଲେ । 

ଏହା ମଧ୍ୟ ପଢନ୍ତୁ- ଗାଁକୁ ନାହିଁ ରାସ୍ତା, ଅନ୍ଧାର ରାସ୍ତାରେ 1.5KM ଖଟିଆରେ ବୁହାହେଲେ ଗର୍ଭବତୀ

ଏହାପରେ ଗର୍ଭବତୀଙ୍କୁ କେଶଦୁରାପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଡ଼ାକ୍ତରଖାନାରେ ସବିତା ଏକ କନ୍ୟା ସନ୍ତାନ ପ୍ରସବ କରିଥିବା ବେଳେ ଉଭୟ ମାଆ ଓ ଛୁଆ ସୁସ୍ଥ ଥିବା କହିଛନ୍ତି ଆଶାକର୍ମୀ ।  ସେପଟେ ଏହି ଖଟିଆ ବୁହା ଭିଡିଓ ଭାଇରାଲ୍ ହେବା ପରେ ସାଧାରଣରେ ପ୍ରଶାସନର ଅବହେଳା ନେଇ ଆଲୋଚନା ହୋଇଛି । ଏନେଇ କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳପାରି ନାହିଁ ।

ଇଟିଭି ଭାରତ, କେନ୍ଦୁଝର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.