ପରିବେଶ ମଞ୍ଜୁରୀ ପାଇଁ ଜନଶୁଣାଣି, ନୂତନ ନିଯୁକ୍ତି ସୃଷ୍ଟି କରିବା ଲକ୍ଷ୍ୟ

By

Published : Apr 28, 2023, 8:32 PM IST

thumbnail

ଯାଜପୁର: ଯାଜପୁର ଜିଲ୍ଲା ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ଆନନ୍ଦ ଏକ୍ସ ପୋର୍ଟସ କମ୍ପାନୀ ପରିବେଶ ମଞ୍ଜୁରୀ ପାଇଁ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ । ଆନନ୍ଦ ଏକ୍ସପର୍ଟ୍‌ସ କମ୍ପାନୀ ତାର ପ୍ରକଳ୍ପର ବାର୍ଷିକ କ୍ଷମତା 1 ଲକ୍ଷ 20 ହଜାର ଟନରୁ ବାର୍ଷିକ 2 ଲକ୍ଷ ଟନକୁ ବୃଦ୍ଧି କରିଛି ।  ସିଲକୋ ମାଙ୍ଗାନିଜ୍ ଏକ ଲକ୍ଷ 34 ହଜାର 640 ଟିପିଏ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ପରିବେଶୀୟ ମଞ୍ଜୁରୀ ସହ ସର୍ବ ସାଧରଣ ଶୁଣାଣି କରାଯାଇଥିଲା । ଶୁଣାଣୀ କରିଥିଲା ଓଡିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କରାଯାଇଥିଲା । କଳିଙ୍ଗନଗର ଏଡିଏମ୍ ସନ୍ତୋଷ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୁଣାଣିରେ ସ୍ଥାନୀୟ ଜନ ସାଧାରଣ, ଜନ ପ୍ରତିନିଧି ଏବଂ କାରଖାନା କର୍ତ୍ତୃପକ୍ଷ ନିଜ ମତାମତ ରଖିଥିଲେ । ଏହି ଶୁଣାଣିରେ ରାଜ୍ୟ ପ୍ରଦୂଷଣ ବୋର୍ଡ ତଥା କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀଙ୍କ ସମେତ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବା ପାଇଁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ । ଜନଶୁଣାଣିଟି ଶତ ପ୍ରତିଶତ କମ୍ପାନୀ ସପକ୍ଷରେ ଯାଇଥିଲା । 

ଇଟିଭି ଭାରତ, ଯାଜପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.