କଳାହାଣ୍ଡିରେ ପୋଲିସ ଶହୀଦ ଦିବସ ପାଳିତ

By

Published : Oct 21, 2022, 4:21 PM IST

Updated : Feb 3, 2023, 8:29 PM IST

thumbnail

ଭବାନୀପାଟଣା: ଆଜି ୬୩ ତମ ପୋଲିସ ଶହୀଦ ଦିବସ । ଭବାନୀପାଟଣା ରିଜର୍ଭ ପୋଲିସ ପଡିଆ ଠାରେ ପୋଲିସ ଶହୀଦ ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ଯୋଗଦେଇ ସମବେତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଏହାପରେ ଦେଶମାତୃକା ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ବୀରତ୍ବର ଗାଥାର ସ୍ମୃତି ଚାରଣ କରିଥିଲେ । ସେପଟେ ଜିଲ୍ଲାରେ ମାଓ ମୁକାବିଲା ପାଇଁ ନିୟୋଜିତ ଥିବା ସିଆରପିଏଫ ୬୪ ବଟାଳିଆନ ଜାରିଙ୍ଗ କ୍ୟାମ୍ପ ଠାରେ ସହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଛି । ସିଆରପିଏଫ ୬୪ ବାଟାଲିୟନର କମାଣ୍ଡାଣ୍ଟ ଜତୀନ୍ଦ୍ର କରଙ୍କ ସମେତ ସମସ୍ତ ଯବାନ ସାମିଲ ହୋଇ ଦେଶ ସୁରକ୍ଷାରେ ନିଜ ଜୀବନକୁ ବଳିଦାନ ଦେଇଥିବା ବୀର ଯବାନଙ୍କ ସ୍ମୃତି ଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହାସହ ଜିଲ୍ଲାରେ ମାଓ ମୁକାବିଲା ସମୟରେ ଶହୀଦ ହୋଇଥିବା ବୀର ଯବାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଇଟିଭି ଭାରତ, କଳାହାଣ୍ଡି

Last Updated : Feb 3, 2023, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.