ରାଜରାସ୍ତାରେ ପ୍ରାଥମିକ ଶିକ୍ଷକ, କବିତା ମାଧ୍ୟମରେ ଦାବି ପୂରଣ ଲାଗି ନିବେଦନ କଲେ ବ୍ୟଙ୍ଗକବି

By ETV Bharat Odisha Team

Published : Sep 9, 2023, 5:29 PM IST

thumbnail

ଖୋର୍ଦ୍ଧା: ରାଜ୍ୟରେ ଠପ ହୋଇ ପଡିଛି ପ୍ରାଥମିକ ଶିକ୍ଷା । ଗତ ଶୁକ୍ରବାର ଠାରୁ ପ୍ରାଥମିକ ଶିକ୍ଷକ ସଂଘର ନିଷ୍ପତ୍ତି କ୍ରମେ ପ୍ରତି ବିଦ୍ଯାଳୟରେ ପାଠ ପଢା ଛାଡି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପ୍ରତିବାଦ ଧାରଣାରେ ନିଜକୁ ସାମିଲ କରିଛନ୍ତି । ତିନି ଦଫା ସମ୍ବଳିତ ଦାବି ଗୁଡିକ ମଧ୍ୟରେ ରାଜ୍ୟ ସରକାର ଠିକା ନିଯୁକ୍ତି ପ୍ରତ୍ୟାହାର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କୁ ନିୟମିତ କରିବା ସହ ଶିକ୍ଷା କର୍ମୀ ଏବଂ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ କେନ୍ଦ୍ରୀୟ ଇନକ୍ରିମେଣ୍ଟ୍ ପ୍ରଦାନ କରି ମୂଳ ଚାକିରିରେ ଗଣନା କରିବା ସହିତ ଏକ୍ସ କ୍ୟାଡର ଶିକ୍ଷକ, କଳା ଓ କ୍ରୀଡା ଶିକ୍ଷକର ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ ପାଇଁ ଦାବି କରି ହଜାର ହଜାର ଶିକ୍ଷକ ଧାରଣାର ବସିଛନ୍ତି । ଚଳିତ ବର୍ଷ ନିର୍ବାଚନ ବର୍ଷ ହୋଇଥିବାରୁ ଶିକ୍ଷକମାନେ ଆନ୍ଦୋଳନକୁ ଜୋରଦାର କରିଛନ୍ତି । ଏହି ଆନ୍ଦୋଳନ ସପକ୍ଷରେ ବୋଲଗଡ଼ର ବ୍ୟଙ୍ଗ କବି ବ୍ରଜ ସୁବୁଦ୍ଧି ତାଙ୍କ ବ୍ୟଙ୍ଗ କବିତା ମାଧ୍ଯମରେ ସରକାରଙ୍କୁ ସମାଲୋଚନା କରିବା ସହିତ ଶିକ୍ଷକଙ୍କ ଦାବି ଶୀଘ୍ର ପୂରଣ କରିବା ପାଇଁ ନିବେଦନ କରିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବୋଲଗଡ଼ ଏକ୍ସପ୍ରେସ ନାମରେ ପରିଚିତ ବ୍ରଜ ସୁବୁଦ୍ଧି ଶିକ୍ଷକମାନଙ୍କ ସପକ୍ଷରେ ଏହି ବାର୍ତ୍ତା ଦେଇ ତୁରନ୍ତ ସେମାନଙ୍କୁ ସମସ୍ୟା ସମାଧାନ କରିବାକୁ ଗୁହାରି କରିଛନ୍ତି । 

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.