ମାଉସୀ ଘରେ ପୋଡପିଠା ଖାଇ ଫେରିଲେ ମାଆ, ଝୁରିଲେ ଭକ୍ତ

By

Published : May 2, 2023, 9:34 AM IST

thumbnail

ବ୍ରହ୍ମପୁର: ଶେଷ ହୋଇଛି ମାଆ ବୁଢୀ ଠାକୁରାଣୀଙ୍କ ଯାତ୍ରା। ବାପଘରୁ 28 ଦିନର ଯାତ୍ରା ସାରି ମୁଖ୍ୟ ପୀଠକୁ ଫେରିଛନ୍ତି ମାଆ।  ମାଉସୀ ମାଆଙ୍କ ଘରେ ପୋଡପିଠା ଖାଇ ଫେରିଛନ୍ତି ମାଆ ବୁଢୀ ସାଆନ୍ତାଣୀ । ପ୍ରତି ଦୁଇ ବର୍ଷକୁ ଥରେ ଆୟୋଜିତ ହେଉଥିବା ବ୍ରହ୍ମପୁରର ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରାରେ ପରମ୍ପରା ଅନୁଯାୟୀ ମାଆ ବାପଘରୁ ମୁଖ୍ୟ ପୀଠକୁ ଫେରିବା ସମୟରେ ମାଉସୀ ଘର ଜଉରା ସାହିକୁ ଯାଇ ପୋଡପିଠା ଖାଇ ଫେରିଥାନ୍ତି । ମୁଖ୍ୟତଃ ବ୍ରହ୍ମପୁରର ବୁଢୀ ଠାକୁରାଣୀ ଯାତ୍ରା ସମୟରେ ପ୍ରତ୍ୟେକ ଦିନର ଘଟ ପରିକ୍ରମା ସମୟରେ ମାଆ ନିଜର ମାଉସୀ ଘରକୁ ଯାତ୍ରାର ସାତ ଦିନ ଏବଂ ଚଉଦ ଦିନରେ ବୁଲି ଆସିବାର ପରମ୍ପରା ରହିଛି । ଏଥିସହ  ଯାତ୍ରାର ଶେଷ ଦିନ ଅର୍ଥାତ୍ ମାଆ ମୁଖ୍ୟ ପୀଠକୁ ଫେରିବା ସମୟରେ ପୁଣି ମାଉସୀ ଘରକୁ ଯାଇଥାନ୍ତି । କିନ୍ତୁ ଚଳିତବର୍ଷ ଯାତ୍ରାରେ ମାଆ ଚାରି ଥର ମାଉସୀ ଘରକୁ ଆସିଥିଲେ । ଯାତ୍ରାର ଶେଷ ଦିନରେ ମାଆଙ୍କ ନିକଟରେ ପୋଡ଼ପିଠା ଭୋଗ କରିବା ପାଇଁ ମାଉସୀ ମାଆଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରିବା ସହିତ ଭୋଗ ନୈବେଦ୍ୟ ଅର୍ପଣ କରାଯାଇଥିଲା ।  

ବ୍ରହ୍ମପୁର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.