ବୁଢୀ ଠାକୁରାଣୀ ଯାତ୍ରାରେ ‘ଇଟିଭି ଭାରତ’ କ୍ରେଜ, କିଏ ମୁଣ୍ଡ କିଏ ପିଠିରେ ଲେଖିଲା ନାଁ

By

Published : Apr 29, 2023, 1:58 PM IST

thumbnail

ବ୍ରହ୍ମପୁର: ବଢୁଛି ଇଟିଭି ଭାରତର ଲୋକପ୍ରିୟତା । ସ୍ବତନ୍ତ୍ର, ନିଚ୍ଛକ ଖବର ପରିବେଷଣ ହେଉଥିବାରୁ ଇଟିଭି ଭାରତର ଖବର ଦେଖିବା ପାଇଁ ଆଗ୍ରହ ହେଉଛନ୍ତି ଲୋକେ । କିଏ ନିଜ ମୁଣ୍ଡର ଚୁଟିରେ ଇଟିଭି ଲେଖିଥିବା ବେଳେ ଆଉ କିଏ ନିଜ ପିଠିରେ ଇଟିଭି ଭାରତ ଲେଖିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁରର ପ୍ରସିଦ୍ଧ ମା' ବୁଢୀ ଠାକୁରାଣୀ ଯାତ୍ରାରେ । ଇଟିଭି ଭାରତରେ ବ୍ରହ୍ମପୁରର ବୁଢୀ ଠାକୁରାଣୀ ଯାତ୍ରାର ସମସ୍ତ ନ୍ୟୁଜ୍ ଦେଖୁଥିବା ବାର୍ତ୍ତା ଦେଇଥିଲେ ବେଶଧାରୀ ।

ପ୍ରତି ଦୁଇ ବର୍ଷକୁ ଥରେ ଆୟୋଜିତ ହେଉଥିବା ବ୍ରହ୍ମପୁରର ପ୍ରସିଦ୍ଧ ମା' ବୁଢୀ ଠାକୁରାଣୀ ଯାତ୍ରାର ଅନ୍ୟତମ ଆକର୍ଷଣ ରହିଥାଏ ସାମୂହିକ ବେଶ ପରମ୍ପରା । ଯାତ୍ରାରେ ସାମୂହିକ ବେଶ ମଧ୍ୟରେ ଗାନ୍ଧୀନଗର ଅଞ୍ଚଳର ୧୦୮ ହନୁମାନ ବେଶ, ଦଳୁଆ ସାହିର ଗୁରୁ ନାନାକ ବେଶ ଏବଂ ବିଜିପୁରର ଲଣ୍ଡା ଓ ବୁଦ୍ଧ ବେଶ ଅତ୍ୟନ୍ତ ପରିଚିତ । ଚଳିତବର୍ଷ ମା'ଙ୍କ ଯାତ୍ରା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏହି ଅବସରରେ ସହରରେ ସାମୂହିକ ବେଶ ସାଧାରଣ ଜନତାଙ୍କ ମନ ମୋହୁଥିବା ଦେଖିବାକୁ ମିଳିଛି । ଏହି ଅବସରରେ ବିଜିପୁରରୁ ବାହାରିଥିବା ଲଣ୍ଡାବେଶରେ ଦେଖିବାକୁ ମିଳିଥିଲା ‘ଇଟିଭି ଭାରତ’ ମାନିଆ । ବିଜିପୁରର ଲଣ୍ଡା ବେଶଧାରୀ ସାମୂହିକ ଭାବରେ ସହର ପରିକ୍ରମା ସମୟର ଦୃଶ୍ୟକୁ ସମସ୍ତେ ମନଭରି ଉପଭୋଗ କରୁଥିବା ବେଳେ ଏଭଳି ସମୟରେ ବିଦ୍ୟାର୍ଥୀ ଏବଂ ବେଶ ଧାରୀ ‘ଇଟିଭି ଭାରତ’ ପ୍ରତି ଭଲପାଇବା ପ୍ରଦର୍ଶନ କରିଥିଲେ ।
 

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.