ଅଣସରରେ ଶ୍ରୀଜିଉ, ପୂଜା ପାଉଛନ୍ତି ପଟିଦିଅଁ

By

Published : Jun 5, 2023, 12:17 PM IST

thumbnail

ପୁରୀ: ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ମହାସ୍ନାନ ପରେ ଜ୍ବରରେ ପୀଡ଼ିତ ଶ୍ରୀଜିଉ ।   ରାଜବୈଦ୍ୟଙ୍କ ଦ୍ବାରା ସମ୍ପୂର୍ଣ୍ଣ ଆୟୁର୍ବେଦିକ ଉପଚାର ଚାଲିଛି । ଯାହାକି ପ୍ରଭୁ ଜଗନ୍ନାଥଙ୍କ ମାନବୀୟ ଲୀଳାଖେଳାର ଅନ୍ୟ ଏକ ନିଦର୍ଶନ । ମହିମାମଣି ଅଣସର ଘରେ ରହିଥିବାରୁ ଦାରୁ ମୂର୍ତ୍ତିମାନଙ୍କ ବଦଳରେ ପଟିଦିଅଁଙ୍କୁ ପୂଜା କରାଯାଇଥାଏ । ବଳଭଦ୍ରଙ୍କ ପଟିଦିଅଁ ବାସୁଦେବ, ଦେବୀ ସୁଭଦ୍ରାଙ୍କର ପଟିଦିଅଁ ଭାବେ ଯାଜ୍ଞସେନୀ ବା ଭୁବନେଶ୍ୱରୀ ଓ ଜଗନ୍ନାଥଙ୍କ ପଟିଦିଅଁ ଭାବେ ନାରାୟଣଙ୍କୁ ପୂଜା କରାଯାଏ । ନବ ଯୌବନରେ ଠାକୁର ଦର୍ଶନ ଦେବା ପର୍ଯ୍ୟନ୍ତ ପଟିଦିଅଁ ପୂଜା ପାଇବେ । ଫଳରେ ପତିତପାବନଙ୍କ ସ୍ଥାନରେ ପଟିଦିଅଁଙ୍କ ମଙ୍ଗଳ ଆଳତୀ କରାଯାଉଛି ।

ସେପଟେ ଆଜିଠୁ ମହାପ୍ରଭୁଙ୍କ ଅଣସର ନୀତି ଆରମ୍ଭ ହୋଇଥିବାରୁ ପ୍ରଭୁ ଅଲାରନାଥ ଦର୍ଶନ ନେଇ ବ୍ରହ୍ମଗିରିରେ ଭକ୍ତଙ୍କ ପ୍ରବଳ ଭିଡ ହୋଇଛି । ଏହା ୧୫ଦିନ ଧରି ଚାଲୁ ରହିବ । ଦଇତାପତିମାନେ ଜ୍ଵରାକ୍ରାନ୍ତ ମହାପ୍ରଭୁଙ୍କୁ ଗୁପ୍ତ ଉପଚାର ଓ ଗୁପ୍ତ ସେବା କରୁଛନ୍ତି । ମହାପ୍ରଭୁ ଅଣସରେ ଥିବାରୁ ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ । ତେଣୁ ଦ୍ବିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ଅଲାରନାଥ ପୀଠରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ  । 

ଇଟିଭି ଭାରତ, ପୁରୀ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.