ଚାଷ ଜମିରେ ବୁଲୁଥିଲା ବଜ୍ରକାପ୍ତା, ଉଦ୍ଧାର କଲା ବନବିଭାଗ

By

Published : Mar 23, 2023, 4:12 PM IST

thumbnail

ବଲାଙ୍ଗୀର: ଜିଲ୍ଲାରେ ପୁଣି ଏକ ବଜ୍ରକାପ୍ତା ଉଦ୍ଧାର। ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ଖୁରୀପାଣି ଗ୍ରାମର ଜଣେ ବ୍ୟକ୍ତିଙ୍କ ଚାଷ ଜମିରୁ ଏକ ବଜ୍ରକାପ୍ତା ଉଦ୍ଧାର ହୋଇଛି । ସ୍ବାସ୍ଥ୍ୟ ପରୀକ୍ଷା ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ । ସୂଚନା ମୁତାବକ, ଖପ୍ରାଖୋଲ ଖୁରୀପାଣି ଗ୍ରାମର ବେନାର ସିଂ ବରିହା ସକାଳୁ ନିଜ କ୍ଷେତକୁ ଯାଇଥିବା ବେଳେ ନିଜ ଜମିରେ ଏକ ବଜ୍ରକାପ୍ତା ବୁଲୁଥିବାର ଦେଖିଥିଲେ l ପରେ ଗାଁ କୁ ଆସି କିଛି ଗ୍ରାମବାସୀଙ୍କୁ ଜଣେଇଥିଲେ ଓ ପରେ ଖପ୍ରାଖୋଲ ବନବିଭାଗକୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ l ସୂଚନା ପାଇ ହରିଶଙ୍କର ବନାଞ୍ଚଳ ଅଧିକାରୀ ଗିରିଧାରୀ ନାଗଙ୍କ ନେତୃତ୍ୱରେ ଗୋଟିଏ ଦଳ ଖୁରୀପାଣି ଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କ ଚାଷ ଜମିରୁ ବଜ୍ରକାପ୍ତାଟିକୁ ଉଦ୍ଧାର କରି ଥିଲେ। ସେହିପରି ତାର ଓଜନ କରିବା ସହ ତାର ସ୍ବାସ୍ଥ୍ୟ ପରୀକ୍ଷା ପରେ ସ୍ଥାନୀୟ ଖୁରୀପାଣି ସ୍ଥିତ ସଂରକ୍ଷିତ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡି ଦେଇଥିବା ଜଣାପଡିଛି l ଉଦ୍ଧୃତ ବଜ୍ରକାପ୍ତା ସୁସ୍ଥ ହୋଇଥିବା ବେଳେ ତାର ଓଜନ ପାଖାପାଖି 15 କିଲୋଗ୍ରାମ ଥିବାର ବନବିଭାଗ ପକ୍ଷରୁ ସୂଚନା ମିଳିଛି l  

ଇଟିଭି ଭାରତ, ବଲାଙ୍ଗୀର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.