ନୂଆପଡାରେ ଖୋଲିଲା ଧାନମଣ୍ଡି, 44 ହଜାର ଚାଷୀ କରିଛନ୍ତି ପଞ୍ଜିକରଣ

By ETV Bharat Odisha Team

Published : Nov 24, 2023, 10:07 PM IST

thumbnail

ନୂଆପଡା: ଜିଲ୍ଲାରେ ଉଦଘାଟନ ହେଲା ଧାନମଣ୍ଡି । ଚଳିତ ବର୍ଷ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଛନ୍ତି 44 ହଜାର ଚାଷୀ । ଜିଲ୍ଲାରେ ମୋଟ 76ଟି ଧାନମଣ୍ଡି ରହିଛି । ତରବବୋଡ଼ 2023-24 ଖରିଫ ଋତୁ ପାଇଁ ଆଜି ଧାନମଣ୍ଡି ଖୋଲା ହୋଇଛି । ଧାନମଣ୍ଡିର ପରିଚାଳନା ଶାନ୍ତି ଶୃଙ୍ଖଳାର ସହିତ କରିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।

ଚଳିତ ବର୍ଷ ପାଇଁ ନୂଆପଡ଼ା ଜିଲ୍ଲାରେ ଧାନମଣ୍ଡିର ଉଦଘାଟନ କରାଯାଇଛି । ନୂଆପଡ଼ା ଜିଲ୍ଲାର ତରବବୋଡ଼ ଠାରେ ଆଜି 2023-24 ଖରିଫ ଋତୁ ପାଇଁ ଧାନମଣ୍ଡି ଖୋଲା ହୋଇଛି । ନୂଆପଡ଼ା ଜିଲ୍ଲାରେ ଚଳିତ ବର୍ଷ ଧାନ ବିକ୍ରି ପାଇଁ 44 ହଜାର ଚାଷୀ ପଞ୍ଜିକରଣ କରିଛନ୍ତି । ତେବେ ଧାନ ବିକ୍ରି ପାଇଁ ମୋଟ 76ଟି କେନ୍ଦ୍ର ରହିଥିବା ବେଳେ 26 ଟି କୃଷି ସମବାୟ ସମିତି ଏବଂ 13 ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟ ଧାନ କ୍ରୟ କରିବେ । ଚଳିତ ବର୍ଷ ଧାନ ବିକ୍ରି ପାଇଁ 30ଟି ଧାନ ମିଲ ମଧ୍ୟ ସମ୍ମିଳିତ ହେବେ ।  

ଏହା ମଧ୍ୟ ପଢ଼ନ୍ତୁ...ବାଂଲାଦେଶ ଗଲା ଓଡିଶା କାଜୁ, ପ୍ରଥମ ଥର ପାଇଁ ଭାରତରୁ ହେଲା ରପ୍ତାନି

ଧାନମଣ୍ଡି ଉଦଘାଟନ ମୁଖ୍ୟ ଅତିଥି ଜିଲ୍ଲାପାଳ ହେମକାନ୍ତ ସାଏ କରିଛନ୍ତି । ଜିଲ୍ଲା ଯୋଗାଣ ଅଧିକାରୀ ପି.କେ.ରାଉତରାୟ, ଆର ଏମ ସି ଅଧିକାରୀ ଆର୍ଯ୍ୟକୁମାର ମୁଦୁଲି, ତରବୋଡ଼ କୃଷି ସମବାୟ ସମିତି ସମ୍ପାଦକ ସାଗର ସାହୁ, ଜିଲ୍ଲା ପରିଷଦ ସଭ୍ୟ ଅବନୀ ରଞ୍ଜନ ଯୋଶୀ, ଚାଷୀ ନେତା ଯଦୁମଣି ପାଣିଗ୍ରାହୀ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.