ବାଲେଶ୍ଵରେ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା, ଦୁର୍ବଳ ନଦୀବନ୍ଧ ଉପରେ ଗୁରୁତ୍ୱ

By

Published : Jul 21, 2023, 8:45 AM IST

thumbnail

ବାଲେଶ୍ଵର: ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ବାଲେଶ୍ବର ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଜିଲ୍ଲା ସଦ ଭାବନା ସଭା ଗୃହରେ ରାଜସ୍ବ ବିଭାଗ ସମ୍ପର୍କୀତ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ବାଲେଶ୍ଵର ଜିଲ୍ଲାର ସମସ୍ତ ବିଧାୟକ ସମେତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ବିଭିନ୍ନ ବ୍ଲକର ତହସିଲଦାରମାନେ ଏହି ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ବାଲେଶ୍ଵର ଜିଲ୍ଲା ରାଜସ୍ଵ ବିଭାଗର ପ୍ରଦର୍ଶନକୁ ନେଇ ମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିବା ବେଳେ ସମସ୍ତ ତହସିଲ କାର୍ଯ୍ୟାଳୟ ଓ ସବ୍ ରେଜିଷ୍ଟ୍ରି କାର୍ଯ୍ୟାଳୟରେ ଖୁବ ଭଲ କାମ ହେଉଥିବା କହିଥିଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଜିଲ୍ଲାରେ ଭଲ କାର୍ଯ୍ୟ ହେଉଛି ବୋଲି କହିଛନ୍ତି । ସମସ୍ତ ତହସିଲଦାରମାନେ ଉତ୍ତମ ସେବା ପ୍ରଦାନ କରୁଥିବା ବେଳେ ଲୋକଙ୍କ ସମସ୍ୟାର ସମାଧାନ କରୁଛନ୍ତି ।  

ସେହିଭଳି ଲଗାଣ ବର୍ଷା ସମ୍ପର୍କରେ ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି କହିଛନ୍ତି, ''ରାଜ୍ୟରେ ଆଶାତୀତ ବର୍ଷା ନାହିଁ । ଏମିତିକି ଚାଷୀ ଓ ଚାଷ ପାଇଁ ଆହୁରି ବର୍ଷାର ଆଵଶ୍ୟକତା ରହିଛି । ଏହାସହ ଯଦି ଅଧିକ ବର୍ଷା କିମ୍ବା ବନ୍ୟା ହୁଏ ତେବେ ରାଜସ୍ବ ବିଭାଗ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି । ଏଥିପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ତହସିଲଦାର ମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦୁର୍ବଳ ନଦୀବନ୍ଧର ସୁରକ୍ଷା ଓ ମରାମତି ସମ୍ପର୍କରେ ସମସ୍ତ ଜିଲ୍ଲାରେ ଏନେଇ ବୈଠକ ହୋଇଛି । ଯେଉଁ ଜିଲ୍ଲାରେ ଅଧିକ ବର୍ଷା ହୋଇଛି ସେଠି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି ଏବଂ ଲୋକେ ସୁରକ୍ଷିତ ରହିଛନ୍ତି ।''
 

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.