88ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ କଲା ଭଦ୍ରକ ପୋଲିସ

By

Published : Apr 1, 2023, 8:36 PM IST

thumbnail

ଭଦ୍ରକ : ଭଦ୍ରକ ରିଜର୍ଭ ପୋଲିସ ପଡିଆ ଠାରେ 88ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ଉପଲକ୍ଷେ ସେଠାରେ ଏକ ପରେଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପରେଡ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ ଯୋଗ ଦେଇ ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ପୋଲିସ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା ।  1936 ମସିହା ଏପ୍ରିଲ 1 ତାରିଖରେ ଓଡିଶା ଏକ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା । ଏହାସହ ଓଡ଼ିଶାର ଗର୍ବ ଗୌରବ ବୋଲାଉଥିବା ଏବଂ ଓଡ଼ିଶାର ସୁରକ୍ଷା ପାଇଁ ସବୁବେଳେ ସଜାଗ ଥିବା ପୋଲିସ ବାହିନୀ ମଧ୍ୟ ପ୍ରତିଷ୍ଠା କରିଯାଇଥିଲା ।  ଏହି ପରିପ୍ରେକ୍ଷୀରେ ଆଜି ସାରା ଉତ୍କଳ ଦିବସ ସହ ଓଡିଶା ପୋଲିସ ଦିବସ ପାଳନ କରାଯାଏ । 

ଇଟିଭା ଭାରତ, ଭଦ୍ରକ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.