ରାଉରକେଲାରେ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ପାଳନ

By ETV Bharat Odisha Team

Published : Dec 2, 2023, 1:06 PM IST

thumbnail

ରାଉରକେଲା: ରାଉରକେଲାରେ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ପାଳନ । ଭୋପାଳ ଗ୍ୟାସ ଲିକ ଘଟଣାକୁ ନେଇ ଶ୍ରଦ୍ଧାଞ୍ଜଳି ଜଣାଇ ଏହି ଦିବସ ପାଳନ ହୋଇଛି । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ରାଉରକେଲା ସାଥି ସଂଗଠନ ମିଳିତ ଭାବରେ ଏହି ନ୍ୟାସନାଲ ପଲ୍ୟୁସନ ଡେ ପାଳନ କରାଯାଇଛି । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀମାନେ ଯୋଗ ଦେଇ ଲୋକଙ୍କୁ ସଚେତନ କରିଛନ୍ତି । ଏହାସହ ବାୟୁ ପ୍ରଦୂଷଣ ଠାରୁ ଆରମ୍ଭ କରି ଜଳ ଏବଂ ସ୍ଥଳ ପ୍ରଦୂଷଣ ଉପରେ ନିୟନ୍ତ୍ରଣ ପାଇଁ ଲୋକଙ୍କୁ ବୁଝାଇଛନ୍ତି ।

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ରାଉରକେଲା ସାଥି ସଂଗଠନ ମିଳିତ ଉଦ୍ୟମରେ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସକୁ ସକ୍ରିୟ ଭାବେ ପାଳନ କରାଯାଇଛି । ରାଉରକେଲା ସହରର ବିଶ୍ରା ଛକ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କର୍ମଚାରୀ ଓ ସ୍ୱେଚ୍ଛାସେବୀମାନେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟମାନେ ସ୍ଥାନୀୟ ଜନ ସମୁଦାୟଙ୍କ ସହ ମିଶି ବାୟୁ, ଜଳ ଏବଂ ସ୍ଥଳ ପ୍ରଦୂଷଣ ନିୟନ୍ତ୍ରଣ ଦିଗ ବିଷୟରେ ସଚେତନତା ସୃଷ୍ଟି କରିଥିଲେ । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କର୍ମଚାରୀ ଓ ସ୍ୱେଚ୍ଛାସେବୀମାନେ ଶିକ୍ଷାବିତଙ୍କ ଭୂମିକା ଗ୍ରହଣ କରି ବାୟୁ ପ୍ରଦୂଷଣକୁ ରୋକିବା ଓ ଜଳ ଓ ସ୍ଥଳ ସମ୍ପଦର ଅବକ୍ଷୟକୁ ରୋକିବା ପାଇଁ ଜନସାଧାରଣଙ୍କୁ ବ୍ୟବହାରିକ ଉପାୟ ଉପରେ ସଚେତନ କରାଇଥିଲେ ।  

ଏହା ମଧ୍ୟ ପଢ଼ନ୍ତୁ.......ଧୂଆଁ ଧୂଆଁ ଷ୍ଟିଲ ସିଟି, ମାନିଲେନି କଟକଣା ବଢିଲା ବାୟୁ ପ୍ରଦୂଷଣ

ସାଧାରଣ ଲୋକଙ୍କୁ ପ୍ରଦୂଷଣର ମୁକାବିଲା ପାଇଁ ସାମୁହିକ ପ୍ରୟାସରେ ସକ୍ରିୟ ଭାବେ ଯୋଗଦାନ କରିବାକୁ ଅନୁରୋଧ କରିଥିଲେ । ଭବିଷ୍ୟତ ପିଢ଼ି ପାଇଁ ପୃଥିବୀକୁ ସୁରକ୍ଷିତ ରଖିବାରେ ସମସ୍ତଙ୍କର ଭୂମିକା ଉପରେ ସଚେତନ କରାଯାଇଛି । ସମଗ୍ର ଦେଶରେ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ପାଳନ କରାଯାଉଥିବା ବେଳେ ରାଉରକେଲାରେ ଏହି ପ୍ରୟାସ ଏକ ସ୍ୱଚ୍ଛ, ସୁସ୍ଥ ପରିବେଶର ଗଠନ ପାଇଁ ଲୋକଙ୍କୁ ସଚେତନ କରିଥିଲା । ତେବେ ଏହି ନ୍ୟାସନାଲ ପଲ୍ୟୁସନ କଣ୍ଟ୍ରୋଲ ଡେ ଭୋପାଳରେ ହୋଇଥିବା ଗ୍ୟାସ ଟ୍ରାଜେଡିରେ ଶିକାର ହୋଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଏବଂ ପ୍ରଦୂଷଣ ଲୋକଙ୍କୁ କେତେ କ୍ଷତି ପହଞ୍ଚାଇ ପାରେ ବୋଲି ସଚେତନତା କରିବା ପାଇଁ ଏହି ଦିବସକୁ ପାଳନ କରାଯାଏ ।  1984 ଡିସେମ୍ବର 2 ତାରିଖରେ ଭୋପାଳ ଗ୍ୟାସ୍ ଟ୍ରାଜେଡି ଘଟଣା ଘଟିଥିଲା ।  

ଇଟିଭି ଭାରତ, ସୁନ୍ଦରଗଡ଼

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.