ଗୁରୁବାୟୁର ମନ୍ଦିରରେ ପ୍ରଧାନମନ୍ତ୍ରୀ: ପାଦ ଛୁଇଁଲେ ନବ ଦମ୍ପତି, ଉପହାର ଦେଲେ ମୋଦି

By ETV Bharat Odisha Team

Published : Jan 17, 2024, 12:15 PM IST

thumbnail

Narendra Modi Visits Guruvayur Temple ଥିରୁଅନନ୍ତପୁରମ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ କେରଳ ଗସ୍ତରେ ରହିଥିବା ବେଳେ ସକାଳୁ ସକାଳୁ ଅନେକ ମନ୍ଦିର ପରିଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି । ପ୍ରଥମେ ତ୍ରିଶୁରର ଗୁରୁବାୟୁର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ପ୍ରଧାନମନ୍ତ୍ରୀ । ସେଠାରେ ଠାକୁର ଦର୍ଶନ କରିବା ପରେ ନବବିବାହିତା ଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଦମ୍ପତିଙ୍କୁ ଠାକୁରଙ୍କ ପ୍ରସାଦ ଦେବା ସହିତ କିଛି ଉପାହର ମଧ୍ୟ ପ୍ରଦାନ କରିଛନ୍ତି । ଏହା ସହିତ ସେମାନଙ୍କ ସହିତ ବାର୍ତ୍ତାଳାପ କରିଥିବା ନଜର ଆସିଛନ୍ତି । ତେବେ ଏହି ସମୟରେ ଉପସ୍ଥିତ ସମସ୍ତ ବ୍ୟକ୍ତିଙ୍କ ସହିତ ପ୍ରଧାନମନ୍ତ୍ରୀ ମଧ୍ୟ ବେଶ ଖୁସି ଥିବା ଭଳି ମନେ ହେଉଛି । ଏହା ସହିତ ଜଣେ ଦମ୍ପତିଙ୍କୁ ବରଣମାଳା ପ୍ରଦାନ କରିଛନ୍ତି । ଦୁହେଁ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ମାଳା ପିନ୍ଧେଇବା ବେଳେ ମୋଦି ମଧ୍ୟ ଖୁସି ହୋଇ ତାଳି ବଜାଉଥିବା ନଜର ଆସିଛନ୍ତି । ଦୁହେଁ ମୋଦିଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିବା ବେଳେ ତାଙ୍କ ସହ ଫଟୋ ମଧ୍ୟ ଉଠାଇଛନ୍ତି ମୋଦି । 

ଏହା ମଧ୍ୟ ପଢନ୍ତୁ: ମୁଣ୍ଡୁ-ଭେସଥି ପରିଧାନ କରି ଗୁରୁବାୟୁର ମନ୍ଦିରରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.