ETV Bharat / bharat

ମୁଣ୍ଡୁ-ଭେସଥି ପରିଧାନ କରି ଗୁରୁବାୟୁର ମନ୍ଦିରରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Jan 17, 2024, 9:51 AM IST

Updated : Jan 17, 2024, 10:03 AM IST

PM Visit Guruvayur Temple: ମୁଣ୍ଡୁ-ଭେସଥି ପରିଧାନ କରି ଗୁରୁବାୟୁର ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

modi in kerla
ଗୁରୁବାୟୁର ମନ୍ଦିରରେ ମୋଦି

ଥିରୁଅନନ୍ତପୁରମ: ଦୁଇ ଦିନିଆ କେରଳ ଗସ୍ତରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଙ୍ଗଳବାର ସନ୍ଧ୍ୟାରେ ମୋଦି କେରଳରେ ପହଞ୍ଚିବା ପରେ ପ୍ରଥମେ କୋଚିରେ ଏକ ରୋଡ ଶୋ କରିବା ପରେ ଦଳୀୟ କର୍ମୀମାନଙ୍କ ସହିତ ଏକ ବୈଠକ କରିଥିଲେ । ଏହାପରେ ଆଜି (ବୁଧବାର) ସକାଳୁ ସକାଳୁ ତ୍ରିସୁରର ଗୁରୁବାୟୁର ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ପ୍ରଧାନମନ୍ତ୍ରୀ ।

ତେବେ ମନ୍ଦିରକୁ ଯିବା ସମୟରେ ମୋଦି ପାରମ୍ପରିକ ପୋଷାକ ପିନ୍ଧିଥିଲେ । ମୁଣ୍ଡୁ ଏବଂ ଭେସଥି ପରିଧାନ କରିଥିଲେ ପ୍ରଧାନମନ୍ତ୍ରୀ । ମୋଦିଙ୍କ ଆଗମନକୁ ନେଇ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ମନ୍ଦିର ପରିସରରେ ବ୍ୟାପକ ପୋଲିସ ମୁତୟନ ହୋଇଥିଲେ ।

ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳ 7ଟା 35 ମିନିଟ ସମୟରେ ଗୁରୁବାୟୁର ପହଞ୍ଚିଥିଲେ । ହେଲିକପ୍ଟର ଯୋଗେ ଶ୍ରୀକୃଷ୍ଣ କଲେଜ ପଡିଆରେ ଅବତରଣ କରିଥିଲେ । ସେହି ସମୟରେ ହଜାର ହଜାର ବିଜେପି କର୍ମୀ ଏବଂ ସମର୍ଥକମାନେ ସ୍ବାଗତ ପାଇଁ ଉପସ୍ଥିତ ରହିଥିଲେ । ହେଲିପ୍ୟାଡରୁ ମୋଦି ଶ୍ରୀବାଳାଶ୍ରମ ଗେଷ୍ଟ ହାଉସକୁ ଯାଇ ପାରମ୍ପରିକ ପୋଷାକ ପରିଧାନ କରିଥିଲେ । ଏହାପରେ ସେ ଗୁରୁବାୟୁର ମନ୍ଦିରରେ ପୂଜା ଅର୍ଚ୍ଚନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ବୀରଭଦ୍ର ସ୍ବାମୀ ମନ୍ଦିରରେ ପ୍ରଧାନମନ୍ତ୍ରୀ: ପୂଜାର୍ଚ୍ଚନା କଲେ, ରାମ ଭଜନ ଗାଇଲେ

ଅନ୍ୟପଟେ ଆଜି ମୋଦି ଆଜି ଅଭିନେତା ତଥା ରାଜନେତା ସୁରେଶ ଗୋପୀଙ୍କ ଝିଅଙ୍କ ବିବାହରେ ଯୋଗଦେବା ନେଇ କାର୍ଯ୍ୟକ୍ରମ ରହିଛି । ତେବେ କୋଚି ଫେରିବା ପୂର୍ବରୁ ସେ ତ୍ରିସୁର ଜିଲ୍ଲାର ତ୍ରିପ୍ରାୟର ରାମା ସ୍ବାମୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ ।

ପ୍ରକାଶଥାଉକି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି(ମଙ୍ଗଳବାର) ସନ୍ଧ୍ୟାରେ କେରଳରେ ପହଞ୍ଚି ଥିଲେ । କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏବଂ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ । କେରଳ ଗସ୍ତ ସମୟରେ ମୋଦି ଆଜି ଅନେକ ପ୍ରକଳ୍ପ ଉଦଘାଟନ କରିବା ନେଇ ମଧ୍ୟ କାର୍ଯ୍ୟକ୍ରମ ରହିଛି । 4 ହଜାର କୋଟି ଟଙ୍କାର 3ଟି ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ମଧ୍ୟାହ୍ନ 12ଟା ସମୟରେ ଏହା ଉଦଘାଟନ କରିବା ନେଇ କାର୍ଯ୍ୟକ୍ରମ ରହିଛି । କୋକିନ ସିପୟାର୍ଜ ଲିମିଡେଟ(CSL)ରେ ନ୍ୟୁ ଡ୍ରାଇ ଡକ(NDD), CSLର ଅନ୍ତର୍ଜାତୀୟ ଜାହାଜ ମରାମତି ସୁବିଧା (ISRF) ଏବଂ ଭାରତୀୟ ତୈଳ ନିଗମ ଲିମିଟେଡର LPG ଆମଦାନୀ ଟର୍ମିନାଲର ଉଦଘାଟନ କରିବା ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 17, 2024, 10:03 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.