ବୀରଭଦ୍ର ସ୍ବାମୀ ମନ୍ଦିରରେ ପ୍ରଧାନମନ୍ତ୍ରୀ: ପୂଜାର୍ଚ୍ଚନା କଲେ, ରାମ ଭଜନ ଗାଇଲେ

By ETV Bharat Odisha Team

Published : Jan 16, 2024, 4:43 PM IST

thumbnail

PM Narendra Modi visit Veerbhadra Temple, ଅମରାବତି: ଆନ୍ଧ୍ର ପ୍ରଦେଶ ଗସ୍ତ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲିପାକ୍ଷୀରେ ଥିବା ବୀରଭଦ୍ର ସ୍ବାମୀ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି । ସେଠାରେ ସେ ପୂଜକଙ୍କ ମାନଙ୍କଠାରୁ ଉତ୍ତରୀୟ ଗ୍ରହଣ କରିବା ସହ ସେମାନଙ୍କୁ ସମ୍ମାନିତ କରିଥିଲେ । ଏହା ପରେ ପ୍ରଧାନମନ୍ତ୍ରୀଙ୍କୁ ବେଶ ଭାବଭକ୍ତି ପରିବେଶରେ ଦେଖିବାକୁ ମିଳିଥିଲା । ମନ୍ଦିରର ବେଢ଼ା ପରିକ୍ରମା କରି ପାର୍ଶ୍ବଦେବାଦେବୀଙ୍କୁ ଦର୍ଶନ କରିବା ପରେ ପ୍ରଧାନମନ୍ତ୍ରୀ ଭଜନ ମଧ୍ୟ ଗାନ କରିଥିଲେ । ମନ୍ଦିରର ଚଟାଣରେ ବସି ପ୍ରଧାନମନ୍ତ୍ରୀ ଶ୍ରୀରାମଙ୍କ ଭଜନ ଗାନ ମଧ୍ୟ କରୁଥିବାର ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପ୍ରଧାନମନ୍ତ୍ରୀ ତେଲେଙ୍ଗାନା ନିର୍ବାଚନ ସମୟରେ ତିରୁପତି ଗସ୍ତ କରି ପ୍ରଭୁ ବାଲାଜୀଙ୍କ ଦର୍ଶନ କରିଥିଲେ । ଦୁଇଦିନ ତଳେ ସେ ଦିଲ୍ଲୀରେ ପୋଙ୍ଗଲ ମଧ୍ୟ ପାଳନ କରିଥିଲେ, ଗୋମାତାଙ୍କୁ ଖାଦ୍ୟ ଖୁଆଇଥିଲେ । ଦେଖନ୍ତୁ ବୀରଭଦ୍ର ସ୍ବାମୀ ମନ୍ଦିରରେ ପ୍ରଧାନମନ୍ତ୍ରୀଙ୍କ ପୂଜାର୍ଚ୍ଚନା ବେଳର ଦୃଶ୍ୟ...

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.