ସ୍ବଦେଶ ଫେରିଲେ ଇଭେଣ୍ଟ ପାଇଁ ଇସ୍ରାଏଲ ଯାଇଥିବା ସଙ୍ଗୀତଜ୍ଞ ଗିରିଶ ବିଶ୍ବ, ବଖାଣିଲେ ଭୟାବହତା

By ETV Bharat Odisha Team

Published : Oct 10, 2023, 10:14 PM IST

thumbnail

ମୁମ୍ବାଇ: ଏକ ମ୍ୟୁଜିକାଲ ଏଭେଣ୍ଟରେ ଅଂଶଗ୍ରହଣ ପାଇଁ ନିଜ ଟିମ୍‌ ସହ ଇସ୍ରାଏଲ ଯାଇଥିବା ସଙ୍ଗୀତଜ୍ଞ ଗିରିଶ ବିଶ୍ବ ଓ ତାଙ୍କ ଟିମ ସୁରକ୍ଷିତ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ତାଙ୍କ ସହ 10 ଜଣ ଟିମ ମେମ୍ବର ଥିଲେ । ସେ ରହୁଥିବା ସ୍ଥାନରେ ବୋମା ଓ ରକେଟ ମାଡ ମଧ୍ୟ ହୋଇଥିଲା । ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସେମାନେ ଇସ୍ରାଏଲରୁ ତୁର୍କୀର ଇସ୍ତାନବୁଲ ସହରରେ ପହଞ୍ଚିଥିଲେ । ସେଠାରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରି ଆଜି ମୁମ୍ବାଇରେ ପହଞ୍ଚିଛନ୍ତି । ସେ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ କରିଥିବାରୁ ଇଶ୍ବରଙ୍କୁ ଧନ୍ଯବାଦ ଦେଇଛନ୍ତି । 

ଆଜି କ୍ରମାଗତ ତୃତୀୟ ଦିନ ପାଇଁ ଗାଜା ପଟିରେ ଇସ୍ରାଏଲ ବାୟୁସେନା ଏୟାର ଷ୍ଟ୍ରାଇକ ଜାରି ରଖିଛି । ଏବେ ସୁଦ୍ଧା ପ୍ରାୟ 1 ହଜାରରୁ ଅଧିକ ହମାସ ଆତଙ୍କୀ ଓ ସାଧାରଣ ଗାଜାବାସୀଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଇଛି । ଗାଜାକୁ ସମ୍ପୂର୍ଣ୍ଣ ଅବରୋଧ କରି ଆକ୍ରମଣ ଜାରି ରଖିଛି ଇସ୍ରାଏଲ । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.