ବ୍ୟବସାୟ ସହ ବିରୋଧୀ ଦଳରେ ରାଜନୀତି କଲେ ଏଭଳି ହୁଏ: ମୋକିମ

By

Published : Sep 29, 2022, 9:00 PM IST

Updated : Feb 3, 2023, 8:28 PM IST

thumbnail

ଭୁବନେଶ୍ବର: ORHDC (Odisha Rural Housing Development Corporation) ଦୁର୍ନୀତି ମାମଲାରେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ମେଟ୍ରୋ ବିଲ୍ଡର୍ସର ପରିଚାଳନା ନିର୍ଦ୍ଦେଶକ ତଥା ବିଧାୟକ ମହମ୍ମଦ ମୋକିମ (Barabati MLA Mohammed Moquim)ଙ୍କୁ ୩ ବର୍ଷ ଲେଖାଏଁ ଜେଲଦଣ୍ଡ ଶୁଣାଇଛନ୍ତି। ଏହାପରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ । ସେ କହିଛନ୍ତି, "ବ୍ୟବସାୟ କରି ବିରୋଧୀ ଦଳରେ ରାଜନୀତି କଲେ ଏହି ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ। ବ୍ୟାଙ୍କରୁ ଦେଢ କୋଟି ଟଙ୍କା ଋଣ ନେଇଥିଲୁ । କୋଟିଏ ୨୬ ଲକ୍ଷ ଟଙ୍କା ସୁଝିଛୁ । ଆଇଏଏସ ବିନୋଦ କୁମାରଙ୍କୁ ଟାର୍ଗେଟ କରି ମୋତେ ଫସାଇଛନ୍ତି । କୌଣସି ପ୍ରକାର ଦୁର୍ନୀତି ହୋଇନି । ଯେଉଁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି ସେହି କୋର୍ଟ ଜାମିନ ମଧ୍ୟ ପ୍ରଦାନ କରିଛନ୍ତି ।" ତେବେ କୋର୍ଟଙ୍କ ଦଣ୍ଡାଦେଶ ବିରୋଧରେ ସେମାନେ ହାଇକୋର୍ଟରେ ଚାଲେଞ୍ଜ କରିବେ ବୋଲି ମୋକିମ କହିଛନ୍ତି । ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 3, 2023, 8:28 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.