ବାଲିଯାତ୍ରାରେ ମାଣ୍ଡିଆ କ୍ରେଜ, ଷ୍ଟଲ ଆଗରେ ଜମୁଛି ଭିଡ

By ETV Bharat Odisha Team

Published : Dec 3, 2023, 9:47 AM IST

thumbnail

କଟକ: ଜମୁଛି ବାଲିଯାତ୍ରା । ଜିନିଷ କିଣାକିଣି ସହ ଦୋଳିର ମଜା ନେଉଛନ୍ତି ଲୋକେ । ଏହା ମଧ୍ୟରେ ବାଲିଯାତ୍ରାରେ ଦେଖିବାକୁ ମିଳିଛି ମିଲେଟ ମିଶନ । ମାଣ୍ଡିଆର ପ୍ରଚାର ପ୍ରସାର ପାଇଁ ବାଲିଯାତ୍ରା ପଡିଆରେ ଓରମାସ ପକ୍ଷରୁ ଆୟୋଜିତ ବିଭିନ୍ନ ଷ୍ଟଲରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ପଦାର୍ଥ ବିକ୍ରି କରୁଛନ୍ତି । ଲଡୁ, ବିସ୍କୁଟ, ଆରିସା, ଚୂନା ଭଳି ମାଣ୍ଡିଆରେ ପ୍ରସ୍ତୁତ ପାଖାପାଖି 15 ପ୍ରକାର ଜିନିଷ ବିକ୍ରି କରାଯାଉଥିବା କହିଛନ୍ତି ସ୍ବଂୟ ସହାୟକ ଗୋଷ୍ଠୀର ମହିଳା ।

ଏହାମଧ୍ୟ ପଢନ୍ତୁ.. ବାଲିଯାତ୍ରାରେ ଭୂତଙ୍କ ରାଜ, ଭୂତ ବଙ୍ଗଳା ଷ୍ଟଲ ବୁଲିଲେ ଦର୍ଶକ

ଅନ୍ୟପଟେ ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ ପଦାର୍ଥର ଚାହିଦା ବେଶ ଅଧିକ ରହିଥିବା ଦେଖିବାକୁ ମିଳିଛି । ମାଣ୍ଡିଆ ଷ୍ଟଲଗୁଡିକ ସାମ୍ନାରେ ଗ୍ରାହକମାନଙ୍କ ଭିଡ ଜମିଛି ।  'ମାଣ୍ଡିଆ ସ୍ବାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ । ଏହାଦ୍ବାରା ଅନେକ ରୋଗ ଭଲ ହୋଇଯାଇଥାଏ । ଯେଉଥିପାଇଁ ମାଣ୍ଡିଆ ଖାଇବା ଆବଶ୍ୟକ' ବୋଲି କହିଛନ୍ତି ଗ୍ରାହକ । 


ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.