ଜନ୍ମମାଟିରେ ପହଞ୍ଚିଲା ଶହୀଦ ଯବାନ ତୁଷାରକାନ୍ତଙ୍କ ପାର୍ଥିବ ଶରୀର

By

Published : May 9, 2023, 4:52 PM IST

thumbnail

ଯାଜପୁର: କନ୍ଧମାଳର ତୁମୁଡିବନ୍ଧରେ କାର୍ଯ୍ୟରତ ସିଆରପିଏଫ ୧୨୭ ବାଟଲିଆନର ଯବାନ ତୁଷାରକାନ୍ତ ଦାସଙ୍କ ପାର୍ଥିବ ଶରୀର ଆଜି ତାଙ୍କ ନିଜ ଗାଁରେ ପହଁଚିଲା । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ବଡ଼ବାଲିକୁଦା ଗ୍ରାମରେ ପହଁଚିଛି ତାଙ୍କ ପାର୍ଥିବ ଶରୀର । ଆଜି ତାଙ୍କ ମରଶରୀର ଜନ୍ମ ମାଟିରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତୁଷାରକାନ୍ତ ଗତ ୩ବର୍ଷ ହେବ ସିଆରପିଏଫରେ ଯୋଗଦେଇଥିବା ବେଳେ ଗତ ୧୦ ମାସ ହେଲା ବିବାହ କରିଥିଲେ । ତେବେ ତାଙ୍କର କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ 127 ବାଟାଲିଅନ ସିଆରପିଏଫରେ ନିଯୁକ୍ତି ମିଳିଥିଲା । ଗତକାଲି ଡ୍ୟୁଟିରେ ଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇ ପଡିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କୁ ସୂଚନା ଆସିଥିଲା। ଆଜି ଶହୀଦ ଯବାନଙ୍କ ମରଶରୀର ତାଙ୍କ ଗାଁରେ ପହଞ୍ଚିବା ପରେ କଦମପାଳ ନିକଟରୁ ଏକ ଶୋଭାଯାତ୍ରାରେ ଜନ୍ମ ମାଟି ବଡ଼ବାଲିକୁଦା ପର୍ଯ୍ୟନ୍ତ ନିଆଯିବା ବେଳେ ତୁଷାର ଅମର ରହେ ନାରାରେ ଅଞ୍ଚଳ ପ୍ରକମ୍ପିତ ହୋଇପଡିଥିଲା । ସେଠାରେ ଗାର୍ଡ ଅଫ ଅନର ଦିଆଯିବା ପରେ ଗାଁ ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ କରାଯିବା ପାଇଁ ସ୍ଥିର କରାଯାଇଛି । 

ଇଟିଭି ଭାରତ, ଯାଜପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.