ଚଳନ୍ତା ଟ୍ରେନ ଆଗରେ ବସି ରହିଥିଲେ ଯୁବକ, ଅଳ୍ପକେ ବର୍ତ୍ତିଲା ଜୀବନ

By

Published : Jun 14, 2023, 10:19 PM IST

thumbnail

ମୁମ୍ବାଇ: ଚଳନ୍ତା ଟ୍ରେନ ଆଗରେ ଜଣେ ଯୁବକ ବସି ରହିଥିବା ଭିଡିଓ ଜୋରଦାର ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ମହାରାଷ୍ଟ୍ର ଥାନେ ଅଞ୍ଚଳର ବୋଲି ଜଣା ପଡିଛି । ତେବେ ଯୁବକ ଜଣକ ଜୀବନ ହାରିବା ଉଦ୍ଦେଶ୍ୟରେ କିମ୍ବା ମାନସିକ ଭାରସାମ୍ୟ ହରାଇ ସେଠାରେ ବସିଥିଲେ ତାହା ଜଣା ପଡିନାହିଁ । ତେବେ ଯୁବକ ଜଣକ ମଦ୍ୟପାନ କରି ଏଭଳି କାଣ୍ଡ କରିଥିବା ସନ୍ଦେହ କରାଯାଉଛି । 

ସୂଚନା ଅନୁସାରେ, ସୋମବାର ସକାଳ ପ୍ରାୟ 8ଟା 45ମିନିଟ ସମୟରେ ମହାରାଷ୍ଟ୍ରର କଲ୍ୟାଣ ସ୍ଥିତ ଟ୍ରେନ ଟ୍ରାକ୍ ଉପରେ ଜଣେ ଯୁବକ ବସି ରହିଥିବା ଦେଖିବାକୁ ମିଳିଥିଲା । ଯେତେ ହର୍ଣ୍ଣ ମାରିଲେ ମଧ୍ୟ ସେ ସେଠାରୁ ଘୁଞ୍ଚି ନଥିଲେ । ଫଳରେ ଲୋକାଲ ଟ୍ରେନକୁ ଅଟକାଇ ତାଙ୍କୁ ଟ୍ରାକରୁ ଉଦ୍ଧାର କରିଥିଲେ ରେଳବାଇ କର୍ତ୍ତୃପକ୍ଷ । ଲୋକାଲ୍‌ ଟ୍ରେନ CSMT ଅଭିମୁଖେ ଯାତ୍ରା କରୁଥିବାବେଳେ 1 ନମ୍ବର ପ୍ଲାଟଫର୍ମରେ ଏପରି ଦୃଶ୍ୟ ସମସ୍ତଙ୍କୁ ତାଜୁବ କରିଥିଲା । ସେଠାରେ ଉପସ୍ଥିତ ଲୋକେ ଏହି ଦୃଶ୍ୟ କ୍ୟାମେରାରେ କଏଦ କରିଥିବାବେଳେ ତାହା ଏବେ ଭାଇରାଲ ହେବାରେ ଲାଗିଛି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.