ରାଜଧାନୀରେ ମା' ଧନଦାତ୍ରୀଙ୍କ ପୂଜାର୍ଚ୍ଚନା

By ETV Bharat Odisha Team

Published : Oct 28, 2023, 10:52 PM IST

thumbnail

ଭୁବନେଶ୍ୱର: ଧରାବତରଣ କରିଛନ୍ତି ମହାମାୟୀ ମା' ଲକ୍ଷ୍ମୀ । ମା' ଧନଦାତ୍ରୀଙ୍କ ଆଗମନରେ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଉତ୍ସବ ମୁଖର । ଏନେଇ ରାଜଧାନୀ ଭୁବନେଶ୍ୱର ମା'ଙ୍କ ପୂଜା ବଡ଼ ଧୁମଧାମରେ ପାଳନ କରାଯାଇଛି । ଆଜି ଚନ୍ଦ୍ରଗ୍ରହଣ ପଡ଼ିଥିବାରୁ ଅପରାହ୍ନ ୪ ଟା ୫ ପୂର୍ବରୁ କିଛି ମଣ୍ଡପରେ ପୂଜା ସରିଯାଇଛି । କଳସ ଯାତ୍ରା ସାରିବା ପରେ ଯଥାରୀତି ପୂଜା କରି ମା'ଙ୍କୁ ଆବାହନ କରାଯାଇଛି । ପୂଜାର୍ଚ୍ଚନା ସରିବା ପରେ ମା'ଙ୍କୁ ପହଡ ପକାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ....ଧନଧାତ୍ରୀଙ୍କ ଧରାବତରଣ, ଆରମ୍ଭ ହେଲା ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା

ଗ୍ରହଣ ସର୍ବକ୍ଷମ ପରେ ପୁଣି ଆସନ୍ତାକାଲି ସକାଳେ ମା'ଙ୍କୁ ସ୍ନାନ କରାଯାଇ ଯଥାରୀତି ପୂଜା କରାଯିବ । ପୂଜା ପରେ ମା' ପୁଣି ଭକ୍ତଙ୍କୁ ଦର୍ଶନ ଦେବେ । ଏହି କ୍ରମରେ ଭୁବନେଶ୍ୱର ଭିଏସଏସ ନଗର ପୂଜା ମଣ୍ଡପରେ ମା'ଙ୍କ ପୂଜା କରାଯାଉଛି । ୭ ବର୍ଷର ଏହି ପୂଜା ମଣ୍ଡପରେ ମା'ଙ୍କ ପୂଜା କରାଯାଉଥିବା ବେଳେ ଚଳିତ ଥର ୫ ଦିନ ଧରି  ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.