ଖୋର୍ଦ୍ଧାରେ ଧନଦାତ୍ରୀଙ୍କୁ ମେଲାଣି

By ETV Bharat Odisha Team

Published : Nov 4, 2023, 5:08 PM IST

thumbnail

ଖୋର୍ଦ୍ଧା: ବିଭିନ୍ନ ପୂଜା ମଣ୍ଡପରେ ସପ୍ତାହ ଧରୀ ମା' ଗଜଲକ୍ଷ୍ମୀଙ୍କୁ ଆରାଧନା କରାଯାଉଥିବା ବେଳେ ଶୁକ୍ରବାର ଖୋର୍ଦ୍ଧା ସହରରେ ମା'ଙ୍କ ସମୂହ ମେଲାଣି ଉତ୍ସବ ଅନୁଷ୍ଠିତ ହୋଇଛି । ଘଣ୍ଟଘଣ୍ଟା ଖୋଳ ତାଳ ସହ ଆଧ୍ୟାତ୍ମିକ ପରିବେଶରେ ମା'ଙ୍କୁ ମେଲାଣି ଦେଇଛନ୍ତି ଖୋର୍ଦ୍ଧାବାସୀ ।ମା'ଙ୍କ ଭାସାଣି ଉତ୍ସବ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବା ବେଳେ ସହର ବାସୀ ବେଶ ଉପଭୋଗ କରିଥିଲେ । ଭସାଣି ଉତ୍ସବରେ ସହରରେ ପୂଜା ପାଉଥିବା ମୋଟ ୩୫ଟି ମେଢ଼ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।ଏନେଇ ଜିଲ୍ଲା ପ୍ରଶାସନ ଏବଂ ପୂଜା କମିଟିଗୁଡ଼ିକ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା ।ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ସହରରେ ଥିବା ସମସ୍ତ ମଦ ଦୋକାନ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିବା ବେଳେ ଟ୍ରାଫିକ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ଉପରେ ଜିଲ୍ଲା ପୋଲିସ ଗୁରୁତ୍ଵ ଦେଇଥିଲା । 

ଏହା ମଧ୍ୟ ପଢନ୍ତୁ...ପଦ୍ମ ବଜାରରେ ବିରାଜିତ ପଦ୍ମାଳୟା, ପୌରାଣିକ କଥାବସ୍ତୁ ଉପରେ ଆଧାରିତ ପୂଜା ମଣ୍ଡପ

ମା'ଙ୍କ ବିସର୍ଜନ ପାଇଁ ଖଣିପୋଖରୀ ଠାରେ ଅସ୍ଥାୟୀ ପୋଖରୀ ପୌର ପ୍ରଶାସନ ପକ୍ଷରୁ ନିର୍ମାଣ କରାଯାଇଥିଲା । ମା ଧନଦାତ୍ରୀଙ୍କ ମେଲାଣି ଉତ୍ସବକୁ ଶାନ୍ତି ଶୃଙ୍ଖଳାରେ ସମାପନ ନିମନ୍ତେ ଜିଲ୍ଲା ପୋଲିସ ତରଫରୁ ଏସପିଙ୍କ ନେତୃତ୍ୱରେ ଜଣେ ଅତିରିକ୍ତ ଏସପି ,୨ ଡିଏସ୍‌ପି ,୨ଜଣ ଇନ୍ଟିପେକ୍ଟର ,୫ ସବ ଇନ୍ସପେକ୍ଟର ,୧୦ ଜଣ ଏଏସ୍‌ଆଇ ଏବଂ ୨ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଥିଲା । ସେହିପରି ଅଘଟଣ ରୋକିବାକୁ ଅଗ୍ନିଶମ , ବିଦ୍ୟୁତ୍ , ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ସଜାଗ ରଖାଯାଇଥିଲା । ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଥିବା ବେଳେ ଶାନ୍ତି ଶୃଙ୍ଖଳାରେ ଭାଷାଣି ଉତ୍ସବ ଶେଷ ହୋଇଥିବା ଦେଖିବାକୁ ମିଳିଛି । 

ଇଟିଭି ଭାରତ,ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.