ଆନନ୍ଦ ଉଲ୍ଲାସର ସହିତ ସମାପନ ହେଲା ମା' ଗଜଲକ୍ଷ୍ମୀଙ୍କ ପୂଜା

By ETV Bharat Odisha Team

Published : Nov 4, 2023, 9:12 PM IST

thumbnail

ବୌଦ୍ଧ: ଧରାଧାମରୁ ବିଦାୟ ନେଲେ ଧନଦାତ୍ରୀ ମା' ଲକ୍ଷ୍ମୀ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତ ୭ଦିନ ଧରି ଚାଲିଥିବା ଗଜଲକ୍ଷ୍ମୀ ପୂଜା ଆଜି ପୂର୍ଣ୍ଣାହୂତି ସହିତ ସଂଧ୍ୟାରେ ବିସର୍ଜନ ପର୍ବ ଅନୁଷ୍ଠିତ ହୋଇଛି । ଆନନ୍ଦ ଉଲ୍ଲାସର ସହିତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଧନଧାତ୍ରୀ  ପୂଜନ ସମାପନ ହୋଇଛି । ଜିଲ୍ଲାର କଣ୍ଟାମାଳ ବ୍ଲକ ପଲସାଗୋରା ଠାରେ ଓ ବୌଦ୍ଧ ସଦର ମହକୁମା ଏନ୍ ଏସି ଛକ ଠାରେ ଅନୁଷ୍ଠିତ ମା' ଗଜଲକ୍ଷ୍ମୀଙ୍କ ପୂଜନ ଉତ୍ସବ ଦୀର୍ଘ 25 ବର୍ଷରେ ପଦାର୍ପଣ କରିଛି । 

ପଲସାଗୋରା ଠାରେ ଗଜଲକ୍ଷ୍ମୀ ପୂଜନ ଉତ୍ସବ ଉପଲକ୍ଷେ ମିହିଶାସୁର ଦରଵାରର ଆୟୋଜନ କରାଯାଇଥିଲା । ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର କଂସ ମହାରାଜଙ୍କ ଭୂମିକାରେ ଅବତୀର୍ଣ୍ଣ ହୃଷିକେଶ ଭୋଇ ଏଠାରେ ମିହିଶାସୁର ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ।


ଜିଲ୍ଲା ସଦର ମହକୁମାରେ ବୁଟୁପାଲି ଓ ଏନ୍ଏସି ଛକ ଠାରେ ମା' ଗଜଲକ୍ଷ୍ମୀଙ୍କ ପୂଜନ ଉତ୍ସବ ଗତ ୭ଦିନ ଧରି ଚାଲିଥିବା ବେଳେ ଆଜି ମା'ଙ୍କୁ ମେଲାଣି ଦିଆଯାଇଛି । ଗୁରୁବାର ଗଜଲକ୍ଷ୍ମୀ ପୂଜା ଅବସରରେ ଦିପ ଯଜ୍ଞର ଆୟୋଜନ କରାଯାଇଥିଲା । ଏହା ସହ ବିଭିନ୍ନ ପରମ୍ପରିକ ବାଦ୍ୟ ଯନ୍ତ୍ରର ତାଳେତାଳେ ମା' ଲକ୍ଷ୍ମୀଙ୍କୁ ମେଲାଣି ଦିଆଯାଇଥିଲା ।  

ଏହା ମଧ୍ୟ ପଢନ୍ତୁ...ପଦ୍ମ ବଜାରରେ ବିରାଜିତ ପଦ୍ମାଳୟା, ପୌରାଣିକ କଥାବସ୍ତୁ ଉପରେ ଆଧାରିତ ପୂଜା ମଣ୍ଡପ

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.