ମା'ଙ୍କ ଘଟ ପରିକ୍ରମା : କୁମ୍ଭାରସାହିରେ ଗଜଲକ୍ଷ୍ମୀ ରଥ ଉନ୍ମୋଚିତ, ଦର୍ଶନ କଲେ ସାଂସଦ ଓ ବିଧାୟକ

By

Published : Apr 24, 2023, 4:31 PM IST

thumbnail

ବ୍ରହ୍ମପୁର:ବ୍ରହ୍ମପୁରର ପ୍ରସିଦ୍ଧ ମା' ବୁଢୀ ଠାକୁରାଣୀ ଯାତ୍ରା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏନେଇ ବର୍ତ୍ତମାନ ବିଭିନ୍ନ ସାହିରେ ମା' ଙ୍କ ଉପସ୍ଥିତିରେ ଉନ୍ମୋଚିତ ହେବାରେ ଲାଗିଛି ବିଭିନ୍ନ ରଥ ଓ କଳାକୁଞ୍ଜ । ମା'ଙ୍କ ଯାତ୍ରାରେ ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ ଏହି ରଥ ଓ କଳାକୁଞ୍ଜ ହୋଇଥିବା ବେଳେ ମା'ଙ୍କ ଘଟ ପରିକ୍ରମା ସମୟରେ ସହରର କୁମ୍ଭାରସାହିରେ ଉନ୍ମୋଚିତ ହୋଇଛି ମା'ଙ୍କ ଗଜଲକ୍ଷ୍ମୀ ରଥ । ଯାହାକୁ ଭକ୍ତମାନଙ୍କ ଗହଣରେ ଉପସ୍ଥିତ ରହି ଦର୍ଶନ କରିଛନ୍ତି ବ୍ରହ୍ମପୁରର ସାଂସଦ ଚନ୍ଦ୍ରଶେଖର ସାହୁ ଏବଂ ବ୍ରହ୍ମପୁରର ବିଧାୟକ ବିକ୍ରମ କୁମାର ପଣ୍ଡା ।  


କୁମ୍ଭାର ସାହିରେ ପୂର୍ବରୁ ଯାତ୍ରା ସମୟରେ ଅନେକ କଳାକୁଞ୍ଜ କରି ଆସୁଥିବା ବେଳେ ଗତ 4ଟି ଯାତ୍ରାରେ ଏଭଳି ଗଜଲକ୍ଷ୍ମୀଙ୍କ ରଥକୁ ପ୍ରସ୍ତୁତ କରି ଆସୁଛନ୍ତି ସାହି ବାସିନ୍ଦା । ପରମ୍ପରା ଅନୁଯାୟୀ ବ୍ରହ୍ମପୁରର ମା' ବୁଢୀ ସାଆନ୍ତାଣିଙ୍କ ଯାତ୍ରାର ପ୍ରଥମ ଓ ଦ୍ବିତୀୟ ସପ୍ତାହରେ ମା'ଙ୍କ ଘଟ ବିଭିନ୍ନ ସାହି ପରିକ୍ରମା କରିଥାଏ । ଏହି ସମୟରେ ମା' ବିଭିନ୍ନ ସାହିରେ ରଥ ଓ କଳାକୁଞ୍ଜକୁ ନିମନ୍ତ୍ରଣ କରିଥାଆନ୍ତି । ମା'ଙ୍କ ନିମନ୍ତ୍ରଣ ପାଇବା ପରେ ସାହି ବାସିନ୍ଦାଙ୍କ ଉଦ୍ୟମରେ ବିଭିନ୍ନ ସାହିରେ ସୁନ୍ଦର ସୁନ୍ଦର ରଥ ଓ କଳାକୁଞ୍ଜ ପ୍ରସ୍ତୁତ ପରେ ସାହି ବାସିନ୍ଦା ପୁଣି ଥରେ ମା'ଙ୍କୁ ନିମନ୍ତ୍ରଣ କରିଥାଆନ୍ତି । ଆଉ ଏହାପରେ ମା'ଙ୍କ ଘଟ ପରିକ୍ରମା ସମୟରେ ମା'ଙ୍କ ଉପସ୍ଥିତିରେ ଉକ୍ତ ରଥ ଓ କଳାକୁଞ୍ଜ ଉନ୍ମୋଚିତ ହେବାର ନିୟମ ରହିଛି । ଏନେଇ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.