ଶ୍ରୀକ୍ଷେତ୍ରରୁ ଆସିଲା ଦେବ ନିମନ୍ତ୍ରଣ, ପରିକ୍ରମା ଉତ୍ସବରେ ସାମିଲ ହେବେ ପ୍ରଭୁ ଚନ୍ଦ୍ରଶେଖର

By ETV Bharat Odisha Team

Published : Dec 27, 2023, 2:19 PM IST

thumbnail


ଢେଙ୍କାନାଳ: ଆସନ୍ତା ପୌଷ ଶୁକ୍ଳ ସପ୍ତମୀ ତିଥି ଅର୍ଥାତ ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆଜି ଶ୍ରୀକ୍ଷେତ୍ରରୁ ଜଗନ୍ନାଥଙ୍କ ସେବାୟତମାନେ ନିମନ୍ତ୍ରଣ ନେଇ ଢେଙ୍କାନାଳରେ ପହଞ୍ଚିଛନ୍ତି । ସୁପକାର ସେବାୟତ ନାରାୟଣ ମହାପାତ୍ର, ଗରାବଡୁ ସେବାୟତ ନରସିଂହ ମହାପାତ୍ର ଓ ନୋଡାଲ ଅଧିକାରୀ ସମ୍ବିତ ଆଚାର୍ଯ୍ୟ ମଙ୍ଗଳବାର ଅପରାହ୍ନରେ ଢେଙ୍କାନାଳରେ ପହଞ୍ଚି ଢେଙ୍କାନାଳର ଆରାଧ୍ୟ ପ୍ରଭୁ ଚନ୍ଦ୍ରଶେଖର ଓ ବଳରାମଜୀଉଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନକୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲା କାର୍ଯ୍ୟାଳୟଠାରେ ଭଜନ କୀର୍ତ୍ତନ ମାଧ୍ୟମରେ ସେବାୟତମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।  ପ୍ରଭୁ ଜଗନ୍ନାଥଙ୍କ ଏହି ଉତ୍ସବକୁ ସମସ୍ତ ଦେବଦେବୀଙ୍କୁ ଆମନ୍ତ୍ରଣ କରାଯାଉଛି ବୋଲି ପ୍ରକାଶ କରିଛନ୍ତି ସେବାୟତ ।

ଏହା ମଧ୍ୟ ପଢନ୍ତୁ: ଶ୍ରୀମନ୍ଦିରରୁ ନିମନ୍ତ୍ରଣ: ପରିକ୍ରମା ପ୍ରକଳ୍ପ ଉଦଘାଟନରେ ସମ୍ମିଳିତ ହେବେ ମା' କଟକ ଚଣ୍ଡୀ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ଉତ୍ସବ ଜାନୁଆରୀ ୧୭ରେ ଅନୁଷ୍ଠିତ ହେବ l ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ରମେଶ ଚନ୍ଦ୍ର ସେଠୀ ଓ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ) ଲଳିତ ମୋହନ ବେହେରା ଶ୍ରୀକ୍ଷେତ୍ରରୁ ଆସିଥିବା ଏହି ନିମନ୍ତ୍ରଣ ପତ୍ର ଗ୍ରହଣ କରିଥିଲେ l ଏହି ଅବସରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାପାତ୍ର, ସଦର ଉପଜିଲ୍ଲାପାଳ ସପନ କୁମାର ନନ୍ଦ, କାମକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ, ଏସ. ଡି. ପି. ଓ ବିଭୂତି ଭୂଷଣ ମହାପାତ୍ର, ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ଶତପଥୀ, ଜିଲ୍ଲା ସଂସ୍କୃତି ସଙ୍ଘ ସଭାପତି ଅବନୀ କୁମାର ମିଶ୍ର, ଜିଲ୍ଲାର ମନ୍ଦିରମାନଙ୍କର ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଓ ଜିଲ୍ଲା ପ୍ରଶାସନର ଅଧିକାରୀଗଣ ଉପସ୍ଥିତ ରହିଥିଲେ  l

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.