ଆମ ଓଡ଼ିଶା ନବୀନ ଓଡ଼ିଶାରେ ଯୋଡ଼ି ହେଲା କଳାହାଣ୍ଡି

By ETV Bharat Odisha Team

Published : Nov 3, 2023, 7:55 PM IST

thumbnail

ଭବାନୀପାଟଣା: ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କ ବିକାଶ ନକ୍ସାରେ ଯୋଡ଼ି ହେଲା କଳାହାଣ୍ଡି । ଜିଲ୍ଲାର ୧୩ଟି ବ୍ଲକରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପକୁ ଭର୍ଚୁଆଲ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାକୁ ନେଇ ଆଜି ଜିଲ୍ଲାର ସମସ୍ତ ବ୍ଲକ ମୁଖ୍ୟାଳୟରେ ସ୍ଵତନ୍ତ୍ର ଆୟୋଜନ ହୋଇଥିଲା । ଏଥିରେ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ଶୁଭ ଉଦଘାଟନ କରିଥିଲେ । ଜିଲ୍ଲାର ଭବାନୀପାଟଣା ସମେତ ସମସ୍ତ ନିର୍ବାଚନ ମଣ୍ଡଳୀ ଲାଞ୍ଜିଗଡ, ଧର୍ମଗଡ, ନର୍ଲା, ଜୁନାଗଡ଼ ଆଦି ନିର୍ବାଚନ ମଣ୍ଡଳୀରେ ସ୍ଥାନୀୟ ବିଧାୟକମାନେ ଉପସ୍ଥିତ ରହିଥିଲେ । ଏହା ସହ ଭବାନୀପାଟଣା ଠାରେ ରାଜ୍ୟ ସଭା ସାଂସଦ ସୁଜିତ୍ କୁମାର ଉପସ୍ଥିତ ରହିଥିଲେ । ଜିଲ୍ଲାର ୧୩ ଗୋଟି ବ୍ଲକରେ ୪ ହଜାର ୬୭୮ ଟି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ କାମ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫୫ କୋଟି ଟଙ୍କା ମଞ୍ଜୁର କରିବା ସହ ଏହାର ଶୁଭାରମ୍ଭ କରିଥିଲେ । 
 

ଏହା ମଧ୍ୟ ପଢନ୍ତୁ....ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ, ଗଞ୍ଜାମ ପାଇଁ ୨୫୦ କୋଟି ମଞ୍ଜୁର

ବିଶେଷ କରି ଥୁଆମୁଲ୍ ରାମପୁର ଠାରେ ଥିବା ମା'ମାଣିକେଶ୍ୱରୀଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ୨ କୋଟି ୫୦ ଲକ୍ଷ୍ୟ ଟଙ୍କା ଅନୁମୋଦନ କରିଥିବା ବେଳେ ଜୁନାଗଡ଼ର ଆରାଧ୍ୟା ଦେବୀ ମା' ମାଣିକେଶ୍ୱରୀଙ୍କ ମନ୍ଦିର ନିର୍ମାଣ ପାଇଁ ୨ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର, କଲମପୁର ଠାରୁ ଜୁନାଗଡ଼ ପର୍ଯ୍ୟନ୍ତ ହାତୀ ନଦୀ ଆଡ଼ି ବନ୍ଦ ନିର୍ମାଣ ପାଇଁ ୩୫ କୋଟି ଟଙ୍କା ମଞ୍ଜୁର କରିବା ସହ ଲାଞ୍ଜିଗଡ ବ୍ଲକର ମା' ହିରାନିଲା କଲେଜ ପାଇଁ ୨୦ ଲକ୍ଷ ଟଙ୍କା,ଗୋଲାମୁଣ୍ଡାରେ ଥିବା ମା ମଙ୍ଗଳା ଡ଼ିଗ୍ରୀ କଲେଜ୍ ପାଇଁ ୧ କୋଟି ଟଙ୍କା ଲାଞ୍ଜିଗ଼ଡ ବ୍ଲକର ପର୍ଯ୍ୟଟନର ବିକାଶ ପାଇଁ ୧ କୋଟି ମଞ୍ଜୁର କରିଥିବା ବେଳେ ଅନେକ ପ୍ରକଳ୍ପ ପାଇଁ ଅନୁଦାନ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଇଟିଭି ଭାରତ,କଳାହାଣ୍ଡି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.