ବ୍ରହ୍ମପୁରର ଠାକୁରାଣୀ ଯାତ୍ରା ଶେଷ ପର୍ଯ୍ୟାୟରେ, ବିଜିପୁର ଲଣ୍ଡାବେଶ ଦେଖିବାକୁ ଭିଡ

By

Published : Apr 28, 2023, 9:02 PM IST

thumbnail

ବ୍ରହ୍ମପୁର: ଶେଷ ପର୍ଯ୍ୟାୟରେ ବ୍ରହ୍ମପୁରର ପ୍ରସିଦ୍ଧ ମାଁ ବୁଢୀ ଠାକୁରାଣୀଙ୍କ ଯାତ୍ରା । ସାହି ଗଳିକନ୍ଦିରେ ସାମୁହିକ ବେଶ ଯାତ୍ରାକୁ ଆହୁରୀ ଅଧିକ ଆକର୍ଷଣୀୟ କରିଦେଉଥିବା ଦେଖିବାକୁ ମିଳୁଛି । ମାଁ'ଙ୍କ ଯାତ୍ରା ସମୟରେ ସାମୁହିକ ବେଶର ଅନେକ ଗୁରୁତ୍ୱ ରହିଥିବା ବେଳେ ଚଳିତବର୍ଷ ବ୍ରହ୍ମପୁର ସହରର ବିଜିପୁର ଅଞ୍ଚଳରୁ ବାହାରିଛି ବହୁ ପୁରାତନ ଲଣ୍ଡାବେଶ । ଯେଉଁଥିରେ ଅଞ୍ଚଳରୁ ଦୁଇ ଶହରୁ ଊର୍ଦ୍ଧ୍ବ ଛୋଟ ଶିଶୁଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଲଣ୍ଡା ହୋଇଛନ୍ତି। ଏହାସହ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ମାଁ'ଙ୍କୁ ଅସ୍ଥାୟୀ ମନ୍ଦିରରେ ଦର୍ଶନ କରିଛନ୍ତି । ଏହି ପରମ୍ପରା ୧୯୩୩ ମସିହାରୁ ଯାତ୍ରା ସମୟରେ ଦେଖିବାକୁ ମିଳିଥାଏ । ଗତଥର କୋଭିଡ୍ କଟକଣା ଯୋଗୁଁ ବିଜିପୁର ଅଞ୍ଚଳରେ ଏଭଳି ସାମୁହିକ ବେଶ ଦେଖିବାକୁ ମିଳିନଥିଲା । ମାତ୍ର ଚଳିତବର୍ଷ ଏହି ବେଶରେ ବହୁ ବ୍ୟକ୍ତିବିଶେଷ ସାମିଲ ହୋଇଥିବା ବେଳେ ବେଶ ଦେଖିବା ପାଇଁ ଭକ୍ତଙ୍କ ଭିଡ ଲାଗିଥିଲା । 


ଇଟିଭି ଭାରତ ବ୍ରହ୍ମପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.