ରାମ ଭକ୍ତିରେ ବିଭୋର, 4 ଲକ୍ଷ ଥର ଲେଖିଲେ ରାମନାମ

By ETV Bharat Odisha Team

Published : Jan 19, 2024, 11:06 AM IST

thumbnail

kolhapur Woman Writes Lord Ram Around 4 Lakhs ମୁମ୍ବାଇ: ଅଯୋଧ୍ୟାରେ ଆସନ୍ତା 22 ତାରିଖରେ ପ୍ରଭୁ ରାମଚନ୍ଦ୍ରଙ୍କର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠତ ହେବ। ମନ୍ତ୍ର, ଧ୍ବନି ପୂଜା ପାଠରେ ମୁଖରିତ ହୋଇଉଠିଛି ଅଯୋଧ୍ୟା ନଗରୀ । ରାମଲାଲାଙ୍କ ଆଗମନ ପାଇଁ ସମସ୍ତେ ଉତ୍ସାହିତ ହୋଇଥିବା ବେଳେ ଗୁରୁବାର ଗର୍ଭଗୃହରେ ବିରାଜିଛନ୍ତି ରାମଲାଲା । ରାମଲାଲାଙ୍କ ବିଗ୍ରହ ପ୍ରତିଷ୍ଠାକୁ ନେଇ ଦେଶବାସୀ ବିଭୋର ହୋଇ ପଡିଛନ୍ତି । 22 ତାରିଖରେ କେଉଁଠାରେ ପ୍ରସବ ପାଇଁ ଜିଦ କରାଯାଉଛି ତ କିଏ ପଦଯାତ୍ରା କରୁଛି। ଏଭଳି  ସମୟରେ ଏକ ଭିଡିଓ ସାମ୍ନାକୁ ଆସିଛି ମହାରାଷ୍ଟ୍ରରୁ । କୋଲାପୁରର ଜଣେ ମହିଳା ରାମଙ୍କ ନାମ ଲେଖିବା ଆରମ୍ଭ କରିଛନ୍ତି । ବର୍ତ୍ତମାନ ସୁଦ୍ଧା 3 ଲକ୍ଷ 78 ହଜାର ଥର ରାମ ରାମ ଲେଖିଥିବା ବେଳେ ଆସନ୍ତା 22 ତାରିଖ ସୁଦ୍ଧା 4 ଲକ୍ଷ ଛୁଇଁବା ନେଇ ଲକ୍ଷ ରଖିଥିବା କଥା କହିଛନ୍ତି ମହିଳା । ରାମଙ୍କ ଆଗମନକୁ ନେଇ ଘରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ଆଶାଦୀପ ପାଟିଲ ଏହି ରାମରାମ ଲେଖିଥିବା କଥା କହିଛନ୍ତି ।  

ଏହା ମଧ୍ୟ ପଢନ୍ତୁ: ଗର୍ଭଗୃହରେ ବିରାଜିଲେ ରାମଲାଲା, ସାମ୍ନାକୁ ଆସିଲା ପ୍ରଭୁଙ୍କ ପ୍ରଥମ ଝଲକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.