ଗର୍ଭଗୃହରେ ବିରାଜିଲେ ରାମଲାଲା, ସାମ୍ନାକୁ ଆସିଲା ପ୍ରଭୁଙ୍କ ପ୍ରଥମ ଝଲକ

author img

By ETV Bharat Odisha Desk

Published : Jan 19, 2024, 10:17 AM IST

Image of Ramlala statue

ଅଯୋଧ୍ୟା: ରାମ ମନ୍ଦିର ଗର୍ଭଗୃହରେ ବିରାଜିଛନ୍ତି ପ୍ରଭୁ ରାମଚନ୍ଦ୍ର । ସାମ୍ନାକୁ ଆସିଲା ରାମଲାଲାଙ୍କ ପ୍ରଥମ ଝଲକ । ଗର୍ଭଗୃହରେ ଦଣ୍ଡାୟମାନ ଅବସ୍ଥାରେ ସ୍ଥାପନ ହୋଇଛି ରାମଲାଲାଙ୍କ ବିଗ୍ରହ । ଧଳା ରଙ୍ଗର ମଣ୍ଡପରେ ପ୍ରଭୁ ରାମଚନ୍ଦ୍ରଙ୍କ ଶ୍ୟାମଳ ରଙ୍ଗର ବିଗ୍ରହକୁ ଦେଖି ଭକ୍ତ ବିଭୋର । ରାମଲାଲାଙ୍କ ବିଗ୍ରହର ମୁହଁକୁ ଏକ ହଳଦିଆ ରଙ୍ଗର କପଡାରେ ଆବୃତ କରାଯାଇଛି । ତେବେ ରାମ ଜନ୍ମଭୂମି ଟ୍ରଷ୍ଟ ପକ୍ଷରୁ ଏହି ଫଟୋ ରିଲିଜ କରାଯାଇ ନାହିଁ । ଆସନ୍ତା ସୋମବାର ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେବ । ଏହା ପୂର୍ବରୁ ଗୁରୁବାର ଭବ୍ୟ ରାମ ମନ୍ଦିରର ଗର୍ଭଗୃହରେ ପ୍ରଭୁ ରାମଲାଲାଙ୍କ ଶୀବିଗ୍ରହଙ୍କୁ ସ୍ଥାପନ କରାଯାଇଥିଲା । ମନ୍ଦିରରେ ବିଗ୍ରହ ସ୍ଥାପନ କରାଯିବା ପରେ ରାମଲାଲାଙ୍କ ପ୍ରଥମ ଝଲକ ଏବେ ସାମ୍ନାକୁ ଆସିଛି । ବୁଧବାର ରାତିରେ ଭାଗବାନ ରାମଙ୍କର ବିଗ୍ରହ ମନ୍ଦିର ପରିସରରେ ପହଞ୍ଚିଥିଲା । ଏହାକୁ ଏକ କ୍ରେନ ଦ୍ବାରା ଗର୍ଭଗୃହରେ ପ୍ରବେଶ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.