କଂସାରୀ ସାହିରେ ବୀର ପର୍ଶୁରାମ ରଥକୁ ଉନ୍ମୋଚିତ କଲେ ମାଆ ବୁଢୀ ଠାକୁରାଣୀ

By

Published : Apr 26, 2023, 7:43 PM IST

thumbnail

ବ୍ରହ୍ମପୁର: ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବୁଢୀ ଠାକୁରାଣୀ । ମାଆଙ୍କ ଯାତ୍ରା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ମା'ଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇଯାଇଛି ବୀର ପର୍ଶୁରାମ ରଥ । କଂସାରୀ ସାହିରେ ଗତ ୧୯୯୭ ମସିହାରୁ ମା'ଙ୍କ ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା ସମୟରେ ଏହିପରି ପର୍ଶୁରାମ ରଥକୁ ପ୍ରସ୍ତୁତ କରିଥାଆନ୍ତି ସାହି ବାସିନ୍ଦା । ଚଳିତ ବର୍ଷ ମା'ଙ୍କ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ସାହିରେ ରଥ ଓ କଳାକୁଞ୍ଜର ଆୟୋଜନ ହେଉଥିବା ବେଳେ ଚିତ୍ତାକର୍ଷକ ଆଲୋକମାଳା ଯାତ୍ରାକୁ ଆହୁରୀ ଅଧିକ ଆକର୍ଷଣୀୟ କରୁଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ ପର୍ଶୁରାମ ରଥର ଉଚ୍ଚତା ୧୩ ପୁଟ ୬ ଇଞ୍ଚ ରହିଥିବା ବେଳେ କାଠରେ ପ୍ରସ୍ତୁତ ହୋଇଥିବା ଏହି ରଥକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଉଦ୍ୟମ କରାଯାଇଥିବା କହିଛନ୍ତି ଅଞ୍ଚଳବାସିନ୍ଦା । ଏହି ଅବସରରେ କଂସାରୀ ସାହି ବାସିନ୍ଦା ଏବଂ ବୀର ପର୍ଶୁରାମ ରଥ କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ ।  

ଇଟିଭି ଭାରତ, ବ୍ରହ୍ମପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.