ବଢ଼ିଲା ଖରସ୍ରୋତା ନଦୀସ୍ତର, ପାଣିରେ ବୁଡ଼ିଲା ବ୍ୟାସ ସରୋବରସ୍ଥିତ ରଘୁଜୀଙ୍କ ମନ୍ଦିର

By

Published : Aug 4, 2023, 7:51 PM IST

thumbnail

ଯାଜପୁର: ଖରସ୍ରୋତା ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ନଦୀ ପାଣିରେ ବୁଡ଼ିଲା ବହୁ ପୁରାଣ ପ୍ରସିଦ୍ଧ ବ୍ୟାସ ସରୋବରସ୍ଥିତ ରଘୁଜୀଙ୍କ ମନ୍ଦିର । ପ୍ରକାଶଯୋଗ୍ୟ, ପର୍ଯ୍ୟଟନ ବିଭାଗ ପକ୍ଷରୁ ଜିଲ୍ଲାର ପ୍ରସିଦ୍ଧ ବ୍ୟାସ ସରୋବର ରଘୁଜୀ ମନ୍ଦିରର ବିକାଶ କାର୍ଯ୍ୟ ଚାଲିଛି । ତେବେ ଏହି ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ୫୭ କୋଟି ଟଙ୍କା ବ୍ୟୟବରାଦ କରାଯାଇ କାର୍ଯ୍ୟ ଚାଲିଛି । ମାତ୍ର ଏହି ପ୍ରୋଜେକ୍ଟ ଭଲ ଭାବରେ ନହେବା ଫଳରେ ଖରସ୍ରୋତା ନଦୀର ପାଣି ପଶି ଅନେକ କ୍ଷୟକ୍ଷତି ହେଇଥିବା ଦେଖିବାକୁ ମିଳିଛି । ବିଶେଷ ଭାବରେ ପାଣି ପଶିଯିବା ଫଳରେ ରଘୁଜୀ ମନ୍ଦିର ବୁଡ଼ିଯିବା ସାଙ୍ଗକୁ ପାଚେରୀ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ସେପଟେ ଏହି ନଦୀପାଣି ପଶିବା ଫଳରେ ଏହି ପର୍ଯ୍ୟଟନସ୍ଥଳୀରେ ଲାଗିଥିବା ୪ରୁ ୫ ହଜାର ଗଛ ପାଣିରେ ବୁଡ଼ି ଯାଇଥିବା ଦେଖିବାକୁ ମିଳିଛି । ଦୀର୍ଘ ବର୍ଷ ପରେ ଲଗାଣ ବର୍ଷା ଯୋଗୁଁ ରଘୁଜୀ ମନ୍ଦିର ସମ୍ପୂର୍ଣ୍ଣ ବୁଡ଼ି ଯାଇଥିବା ଦେଖିବାକୁ ମିଳିଛି ।

ଏହି କାର୍ଯ୍ୟ ଏମ୍‌ବିସିସି କମ୍ପାନୀ କରୁଥିବା ସୂଚନା ମିଳିଛି । ଏହିକାର୍ଯ୍ୟ ଶେଷ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏମ୍‌ବିସିସି କମ୍ପାନୀକୁ ଅକ୍ଟୋବର ମାସ ୨ ତାରିଖ ସମୟ ସୀମା ଦିଆଯାଇଛି । ହେଲେ ଏଭଳି ପରିସ୍ଥିତିରେ କମ୍ପାନୀ କିଭଳି ଏହି କାର୍ଯ୍ୟ ଶେଷ କରିବ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଇଛି । ପ୍ରକାଶଯୋଗ୍ୟ, ବ୍ୟାସ ସରୋବର ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ୧୦୫ ଏକର ଜମି ଉପରେ ନିର୍ମାଣ କାର୍ଯ୍ୟ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୫୭ କୋଟି ଟଙ୍କା ବ୍ୟୟବରାଦ ହେଇଥିଲା । ସେପଟେ ଏହି ବନ୍ୟାପାଣି ପଶିଯିବା ଫଳରେ ନିର୍ମାଣ ଚାଲିଥିବା ପାଚେରୀଠାରୁ ଆରମ୍ଭ କରି ଅନେକ ନିର୍ମାଣ କାର୍ଯ୍ୟ ବୁଡ଼ି ରହିଥିବା ଦେଖିବାକୁ ମିଳିଛି । ଯାହାଫଳ ଅନେକ କ୍ଷୟକ୍ଷତି ହେବାର ସମ୍ଭାବନା ଦେଖିବାକୁ ମିଳିଛି । ସେପଟେ ଏହି ନିର୍ମାଣ କାର୍ଯ୍ୟ ପୂର୍ବରୁ ଭଲ ଭାବରେ ଲେବଲ୍‌ ନିର୍ଣ୍ଣୟ ନହେବା ଫଳରେ ପ୍ରୋଜେକ୍ଟରେ ନଦୀ ପାଣି ପଶି ଯାଇଥିବା ବୁଦ୍ଧିଜୀବୀ ଆଲୋଚନା କରୁଛନ୍ତି ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.