ଜଟଣୀରେ ସରିଲା ପ୍ରସିଦ୍ଧ ଗଣେଶ ପୂଜା: ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ଭସାଣି

By ETV Bharat Odisha Team

Published : Sep 30, 2023, 3:48 PM IST

thumbnail

ଖୋର୍ଦ୍ଧା: ଜଟଣୀ ଗଣେଶ ପୂଜୋତ୍ସବର ଗତକାଲି (ଶୁକ୍ରବାର) ଶେଷ ଦିନରେ ମେଲାଣି ନେଇଛନ୍ତି ବିଘ୍ନ ବିନାଶକ । ଗଣେଶ ଚତୁର୍ଥୀଠାରୁ ଦୀର୍ଘ 11 ଦିନ ଧରି ଚାଲିଥିବା ଏହି ଉତ୍ସବରେ ପ୍ରତିଦିନ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଥିଲା । ଚଳିତ ବର୍ଷ ଜଟଣୀ ସହରରେ 58ଟି ବଡ଼ ଗଣେଶ ମେଢ଼ ପୂଜା ପାଇ ଥିବାବେଳେ ଏହା ସହ ସହରର ବିଭିନ୍ନ ସ୍ଥାନରେ 200ରୁ ଊର୍ଦ୍ଧ୍ବ ଗଣେଶଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ବିଭିନ୍ନ ପୂଜା ମଣ୍ଡପରେ ବିଘ୍ନ ବିନାଶକଙ୍କ ବିସର୍ଜନ ପାଇଁ ସକାଳୁ ଆରମ୍ଭ ହୋଇଥିଲା  ପ୍ରସ୍ତୁତି ।  ଅପରାହ୍ନରେ ସୁସଜ୍ଜିତ ଶୋଭାଯାତ୍ରାର ଆୟୋଜନ କରାଯାଇ ଆଡ଼ମ୍ବର ସହକାରେ ଗଣେଶ , ଲକ୍ଷ୍ମୀ ଓ ସରସ୍ବତୀଙ୍କୁ ବିସର୍ଜନ କରାଯାଇଥିଲା । ସନ୍ଧ୍ୟା ସମୟରୁ ବିସର୍ଜନ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ପାରମ୍ପରିକ ବାଦ୍ୟ , ଡିଜେ ଓ ନୃତ୍ୟ , ଆତସବାଜୀ ପ୍ରଦର୍ଶନ , କଳରଙ୍ଗ ପ୍ରଦର୍ଶନରେ ଜଟଣୀ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା । 

ଏହା ମଧ୍ୟ ପଢନ୍ତୁ....କୋଇଲା ନଗରୀରୁ ବିଦାୟ ନେଲେ ଅଗ୍ରପୂଜ୍ୟ, ଭସାଣି ଉତ୍ସବରେ ସାମିଲ ହେଲା ୨୯ ମେଢ଼

ଜଟଣୀ ସହର ମୁଖ୍ୟ ରାସ୍ତାରେ ସୀତାରାମ ଛକ ଓ ଆନ୍ଧ୍ର ବ୍ୟାଙ୍କ ଛକଠାରେ ବିଭିନ୍ନ ପୂଜା ମଣ୍ଡପର ଶୋଭାଯାତ୍ରା ପରିକ୍ରମା କରିବା ପରେ ପୋଷ୍ଟ ଅଫିସ୍ ଛକ , ଥାନା ଛକ , ମହୁଲ ଗୁଡ଼ିଆ ଛକ , ହରିଭାଇନା ଛକ , ମେଡିକାଲ ଛକ , ଜଟଣୀ ଜଲେଜ ରୋଡ ଦେଇ ଷଣ୍ଢପୁର ପଥରଖଣିରେ ଗଣେଶ , ଲକ୍ଷ୍ମୀ ଓ ସରସ୍ବତୀଙ୍କ ମୂର୍ତ୍ତି ବିସର୍ଜନ କରାଯାଇ ଥିଲା । କଡ଼ା ପୁଲିସ ସୁରକ୍ଷା ବଳୟରେ ବିଭିନ୍ନ ବଜାର କମିଟିର ଗଣେଶ ମେଢ଼କୁ ବିସର୍ଜବ ସ୍ଥଳକୁ ନିଆ ଯାଇଥିଲା । 

ଜଟଣୀ ପୌରପାଳିକା ପକ୍ଷରୁ ଷଣ୍ଢପୁର ପଥରଖଣିରେ ୨ଟି ଅସ୍ଥାୟୀ ଜଳାଶୟ ପ୍ରତିଷ୍ଠା କରାଯାଇ ଥିଲା । ଏହା ସହ ଲୋକମାନଙ୍କ ମନୋରଞ୍ଜନ ପାଇଁ ୩ଟି ମୀନାବଜାର ଏବଂ ୬ଟି ଗଣନାଟ୍ୟ ଅପେରା ପରିବେଷଣ କରାଯାଇଥିଲା । ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ  କମିସନରେଟ ପୁଲିସ ଏସିପିଙ୍କ ନେତୃତ୍ୱରେ ୧୨ ପ୍ଲାଟୁନ ପୁଲିସ ଫୋର୍ସ , ୩୦ ଜଣ ପୁଲିସ ଅଧିକାରୀ ଓ ଟ୍ରାଫିକ ପୁଲିସ ମୁତୟନ କରାଯାଇଥିଲା ।


ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.