କାର୍ତ୍ତିକ ମାସର ଶେଷ ସୋମବାର, ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼

By ETV Bharat Odisha Team

Published : Nov 27, 2023, 2:29 PM IST

thumbnail

ଭୁବନେଶ୍ବର: ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ସହ କାର୍ତ୍ତିକ ମାସର ଶେଷ ସୋମବାର । ଏହି ପବିତ୍ର ଦିନରେ ଡଙ୍ଗା ଭସାଇ ସାରି ମହାପ୍ରଭୁ ଲିଙ୍ଗରାଜ ଦର୍ଶନ ପାଇଁ ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି । ଘଣ୍ଟା ଘଣ୍ଟା ଧାଡିରେ ଛିଡା ହୋଇ ବାବାଙ୍କ ଦର୍ଶନ କରିବାକୁ ଅପେକ୍ଷା କରିଛନ୍ତି । ଆଜିର ଦିନରେ ଶିବଙ୍କ ମୁଣ୍ଡରେ କ୍ଷୀର ବେଲପତ୍ର ଓ ଜଳ ଲାଗି କଲେ ଅଶେଷ ଆଶୀଷ ମିଳେ ବୋଲି ବିଶ୍ବାସ ରହିଛି । ଯେଉଁଥିପାଇଁ ବାବାଙ୍କ ଦର୍ଶନ ନିମନ୍ତେ ଭୋରୁ ଭକ୍ତ ଅପେକ୍ଷା କରି ରହିଛନ୍ତି । ଅନ୍ୟପଟେ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଏହାମଧ୍ୟ ପଢନ୍ତୁ..ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ଦୟୀ ନଦୀ ଘାଟରେ ଡଙ୍ଗା ଭସାଇବା ପାଇଁ ଭକ୍ତଙ୍କ ଭିଡ

ଏନେଇ ଶ୍ରୀ ଲିଙ୍ଗରାଜ ମନ୍ଦିର ପରିସରରୁ ଅଧିକ ସୂଚନା ଦେଇଛନ୍ତି ଆମ ଭୁବନେଶ୍ୱର ସମ୍ବାଦଦାତା ଦେବସ୍ମିତା ରାଉତ । 
ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.