୧୭ଦିନରେ ମା' ବୁଢୀ ଠାକୁରାଣୀଙ୍କ ଯାତ୍ରା, ଦର୍ଶନ ପାଇଁ ଛୁଟୁଛି ଭକ୍ତଙ୍କ ସୁଅ

By

Published : Apr 20, 2023, 9:00 PM IST

thumbnail

ବ୍ରହ୍ମପୁର: ୧୭ ଦିନରେ ପହଞ୍ଚିଛି ବ୍ରହ୍ମପୁରର ପ୍ରସିଦ୍ଧ ବୁଢୀ ଠାକୁରାଣୀଙ୍କ ଯାତ୍ରା । ଚଳିତଥର ମା'ଙ୍କ ଯାତ୍ରା ୨୮ ଦିନ ଧରି ଆୟୋଜିତ ହେବାକୁ ଥିବା ବେଳେ ଯାତ୍ରା ଶେଷ ହେବାକୁ ଦିନ ପାଖେଇ ଆସୁଥିବା ଯୋଗୁଁ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଖାତିରି ନକରି ରାଜ୍ୟ ତଥା ରାଜ୍ୟ ବାହାରୁ ଏବଂ ବିଦେଶରୁ ମଧ୍ୟ ଭକ୍ତମାନେ ଦର୍ଶନ ପାଇଁ ଆସୁଛନ୍ତି । ଏପରିକି ଗତ କିଛି ଦିନ ମଧ୍ୟରେ ମା'ଙ୍କୁ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଭକ୍ତଙ୍କ ଅସ୍ଥାୟୀ ମନ୍ଦିରକୁ ଆସୁଥିବା ଦେଖାଯାଇଛି । ଆଉ ଏହାରି ମଧ୍ୟରେ ପ୍ରତ୍ୟେକ ପରିବାରରୁ ମାନସିକଧାରୀ ବିଭିନ୍ନ ବେଶରେ ସଜ୍ଜିତ ହୋଇ ମା'ଙ୍କୁ ଦର୍ଶନ କରିବା ସହିତ ମା'ଙ୍କ କରୁଣା ଲାଭ କରୁଛନ୍ତି । ମୁଖ୍ୟତଃ ପରମ୍ପରା ଓ ରୀତିନୀତି ମଧ୍ୟରେ ଆୟୋଜିତ ହୋଇ ଆସୁଥିବା ବ୍ରହ୍ମପୁରର ପ୍ରସିଦ୍ଧ ମା' ବୁଢୀ ଠାକୁରାଣୀ ଯାତ୍ରାରେ ଚଳିତବର୍ଷ ମା'ଙ୍କ ୧୬ଦିନ ଧରି ବିଭିନ୍ନ ସାହି ପରିକ୍ରମା ସମୟରେ ବହୁ ରଥ ମଧ୍ୟ ଉନ୍ମୋଚିତ ହୋଇଯାଇଛି । ଏହାପରେ ମା'ଙ୍କ ନିମନ୍ତ୍ରଣ ପାଇସାରିଥିବା ସହରର ଅନ୍ୟ କେତେକ ରଥ ଓ କଳାକୁଞ୍ଜଗୁଡିକ ମଧ୍ୟ ଖୁବ ନିକଟରେ ଉନ୍ମୋଚିତ ହେବ ।  

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.