ବ୍ରହ୍ମପୁରର ଠାକୁରାଣୀ ଯାତ୍ରା: ଗୁରୁନାନକଙ୍କ ବେଶରେ ଗାଁ ପିରକ୍ରମା କରନ୍ତି ଯୁବପିଢି

By

Published : Apr 24, 2023, 5:25 PM IST

thumbnail

ବ୍ରହ୍ମପୁର: ବ୍ରହ୍ମପୁରର ପ୍ରସିଦ୍ଧ ମାଁ ବୁଢୀ ଠାକୁରାଣୀ ଯାତ୍ରାରେ ଦେଖିବାକୁ ମିଳିଥାଏ ବିଭିନ୍ନ ସାମୂହିକ ଗୁରୁନାନକଙ୍କ । ଏହାରି ମଧ୍ୟରେ ସହରର ଦଳୁଆ ସାହିରେ ବାହରୁଥିବା ଗୁରୁ ନାନକ ବେଶ ଅନ୍ୟତମ । କୁହାଯାଏ ୧୯୨୫ ମସିହାରୁ ଏହି ବେଶରେ ଦଳୁଆ ସାହିର ଯୁବକମାନେ ସାମିଲ ହୋଇ ମା’ଙ୍କ ଘଟ ପରିକ୍ରମା ସମୟରେ ମା’ଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି ।  ମାଁଙ୍କ ସାହି ପରିକ୍ରମା ପରେ ଏମାନେ ବିଭିନ୍ନ ସାହିକୁ ପରିକ୍ରମା କରି ଗୀତ ମାଧ୍ୟମରେ ଗୁରୁନାନକଙ୍କ ଶାନ୍ତି ଓ ମୈତ୍ରିର ବାଣୀକୁ ପ୍ରଚାର କରି ଆସୁଥିଲେ । ଯାହାକି ସେହି ପରମ୍ପାର ଓ ସଂସ୍କୃତିକୁ ଉଜ୍ଜିବୀତ କରେ । ଠାକୁରାଣୀ ଯାତ୍ରା ଆସିଲେ ଉକ୍ତ ସାହିର ବାସିନ୍ଦାମାନେ ସାମୁହିକ ଭାବରେ ଗୁରୁନାନକଙ୍କ ବେଶ ଧରି ଏହି କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତି । ମା’ଙ୍କୁ ଅସ୍ଥାୟୀ ମନ୍ଦିରରେ ଦର୍ଶନ କରିବା ପରେ ସେଠାରୁ ଫେରି ବିଭିନ୍ନ ସାହି ପରିକ୍ରମା କରିଥାନ୍ତି । ଚଳିତବର୍ଷ ମଧ୍ୟ ମା’ଙ୍କ ଯାତ୍ରାରେ ଦଳୁଆ ସାହିରେ ସେହି ଗୁରୁନାନକଙ୍କ ବେଶ ଦେଖିବାକୁ ମିଳିଛି । ସାହିର ଛୋଟଛୋଟ ବିଦ୍ୟାର୍ଥୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷମାନେ ଏହି ବେଶରେ ସାମିଲ ହୋଇ ବିଭିନ୍ନ ସାହି ପରିକ୍ରମା କରିଥିଲେ ।  

ଇଟିଭି ଭାରତ ବ୍ରହ୍ମପୁର  

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.