ଅନୁଗୋଳ ଲକ୍ଷ୍ମୀ ପୂଜାରେ ଭାଇଚାରା ଉଦାହରଣ, କୁମୁରି ସିଂ ଗାଁରେ ସୁବର୍ଣ୍ଣ ଜୟନ୍ତିରେ ପୂଜାତ୍ସୋବ

By ETV Bharat Odisha Team

Published : Nov 4, 2023, 9:13 PM IST

Updated : Nov 5, 2023, 7:15 AM IST

thumbnail

ଅନୁଗୋଳ: କୁମୁରି ସିଂ ଗାଁରେ ପାଳିତ ହେଉଛି ଗଜଲକ୍ଷ୍ମୀ ପୂଜାର ସୁବର୍ଣ୍ଣ ଜୟନ୍ତି ।ଏଥିପାଇଁ ଉତ୍ସବମ୍ମୁଖର ହୋଇ ଉଠିଛି ସମଗ୍ର ଜରପଡା ପଞ୍ଚାୟତ । ମା'ଙ୍କ ଆଗମନରେ ଚଳଚଞ୍ଚଳ ହୋଉ ଉଠିଛି ଗାଁଠୁ ସହର । ଅନୁଗୋଳର ଜିଲ୍ଲାରେ ଗଜଲକ୍ଷ୍ମୀ ପୂଜା ଏକ ପରମ୍ପରା ପାଲଟିଥିବା ବେଳେ ଜରପଡା ପଞ୍ଚାୟତ କୁମୁରି ସିଂ ଗାଁରେ ଦୀର୍ଘ 58 ବର୍ଷ ହେବ ଏହି ପରମ୍ପରାକୁ ବଞ୍ଚାଇ ରଖିଛନ୍ତି ।ଏହା ଏକ ଛୋଟ ଗାଁ ହେଲେ ମଧ୍ୟ ଗଜଲକ୍ଷ୍ମୀ ପୂଜା ପାଇଁ ଲୋକଙ୍କ ମଧ୍ୟରେ ରହିଛି ବେଶ ଉତ୍ସାହ । ଏଠାରେ ପ୍ରତ୍ୟେକ ବର୍ଷ ଧୁମଧାମରେ ପାଳନ କରାଯାଏ ମା' ଧନଧାତ୍ରୀଙ୍କ ପୂଜା ।

ଏହି ଗାଁଟି ପଞ୍ଚାୟତର ଗୋଟିଏ ୱାର୍ଡ ହୋଇଥିବା ବେଳେ ଲୋକ ସଂଖ୍ୟା ପଖାପାକି 250 । ହେଲେ ଲୋକଙ୍କ ମଧ୍ୟରେ ଥିବେ ଏକତା ଓ ଭାଇଚାରାକୁ ନ ପରଖିଲେ କେହିବି ବିଶ୍ୱାସ କରି ପାରିବେନି । ମାତ୍ର 60 ରୁ 70 ଘର ରହୁଥିବା ଏହି ଗାଁ ପରିବାର ଲୋକଙ୍କ ମାନବଳରେ ଏଥର ପାଳିତ ହେଉଛି ଗଜ ଲକ୍ଷ୍ମୀ ପୂଜାର ସୁବର୍ଣ୍ଣ ଜୟନ୍ତୀ ସମାରୋହ।ଏହି ସୁବର୍ଣ୍ଣ ଜୟନ୍ତୀରେ ପୂର୍ବତନ ମନ୍ତ୍ରୀ ନଗେଦ୍ର ପ୍ରଧାନ, ବିଧାୟକ ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ଯୋଗଦେଇ ଥିଲେ । 

ଏଠାରେ ଦୀର୍ଘ 11 ଦିନ ଧରି ମା'ଗଜଲକ୍ଷ୍ମୀ ପୂଜାର ଚାଲିଥାଏ । ପୂଜା କମିଟି ଦ୍ୱାରା ବିଭିନ୍ନ ସାଂସ୍କୃତିକ କଯ୍ୟକ୍ରମ ଆୟୋଜିନ କରାଯାଇଛି । ଯାହାକୁ ଦେଖିବା ପାଇଁ ବହୁ ଦୂର ଦୁରାନ୍ତରୁ ଲୋକକଙ୍କ ଭିଡ଼ ଦେଖିବାକୁ ମିଳିଛି । ଏହି ଗାଁର ଆଉ ଏକ ପରମ୍ପରା ରହିଛି ଗଜ ଲକ୍ଷ୍ମୀ ପୂଜା ଆରମ୍ଭ ହେଲେ ସମସ୍ତେ ଗାଁକୁ ଆସି ମା'ଙ୍କୁ ପୂଜା କରନ୍ତି ।

ଏହା ମଧ୍ୟ ପଢନ୍ତୁ...ପଦ୍ମ ବଜାରରେ ବିରାଜିତ ପଦ୍ମାଳୟା, ପୌରାଣିକ କଥାବସ୍ତୁ ଉପରେ ଆଧାରିତ ପୂଜା ମଣ୍ଡପ

ଇଟିଭି ଭାରତ, ଅନୁଗୋଳ

Last Updated : Nov 5, 2023, 7:15 AM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.