ବର୍ଷା ବିତ୍ପତି, ଲଗାଣ ବର୍ଷାରେ ବୁଡିଲା ଜାତିୟ ରାଜପଥ ବ୍ରିଜ

By ETV Bharat Odisha Team

Published : Sep 12, 2023, 9:21 PM IST

thumbnail

ମାଲକାନଗିରି: ମାଲକାନଗିରିରେ ଲଗାଣ ବର୍ଷା  । ଜାତୀୟ ରାଜପଥ ପୋଲ ଉପରେ ୫ଫୁଟ ପାଣି । ଲଗାଣ ବର୍ଷାରେ ବୁଡ଼ିଲା ୩୨୬ ନମ୍ବର ଜାତୀୟ ରାଜପଥର ଏମଭି-୯୬ ଓ ଏମଭି-90 ନିକଟସ୍ଥ ପୋଲ । ଫଳରେ ମାଲକାନଗିରିରୁ ମୋଟୁକୁ ଯୋଗାଯୋଗ ବିଚ୍ଛିନ୍ନ । ଉଭୟ ପୋଲ ଉପରେ ପାଖାପାଖୀ ୫ ଫୁଟ ଉଚ୍ଚର ବନ୍ୟାପାଣି ପ୍ରବାହିତ ହେଉଥିବା ସୂଚନା ଦେଲେ ମାଲକାନଗିରି ଜିଲ୍ଲାପାଳ  । ଉଭୟ ପେଟ ଅନେକ ଯାନବାହନ ଅଟକ ରହିଛି । ଘଟଣା ସ୍ଥଳରେ ଏମ୍.ଭି-79 ଓ କାଲିମେଳା ଥାନା ପୋଲିସ ପହଞ୍ଚି ସ୍ଥିତି ଉପରେ ନଜର ରଖିଛି । ଗତକାଲି(ସୋମବାର) ଠାରୁ ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । କେବଳ ଏହି ଦୁଇଟି ନଦୀ ନୁହେଁ ଜିଲ୍ଲାର ଅନେକ ନଦୀ ଧୀରେ ଧୀରେ ବଢିବାରେ ଲାଗିଛି ।  

ମାଲକାନଗିରି ଜିଲ୍ଲାପାଳଙ୍କ ଜରୁରିକାଳିନ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୁଚନା ମୁତାବିକ: 

ମାଲକାନଗିରିରେ- ୨୨.୦ 

ମିଥଲିରେ-୫୪.୦ ମିମି

ଖଇରାପୁଟରେ-୪୨.୦ ମିମି

ଚିତ୍ରକୋଣ୍ଡାରେ-୧୧.୦ ମିମି

ଜିଲ୍ଲାରେ ମୋଟ ୧୫୦.୪ ମିମି ବର୍ଷା ରେକର୍ଡ କରାଯାଇଛି 

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.