Watch: ମହାରାଷ୍ଟ୍ରରେ ଜଳିଗଲା ପାସେଞ୍ଜର ଟ୍ରେନର 5 ବଗି

By ETV Bharat Odisha Team

Published : Oct 16, 2023, 7:02 PM IST

thumbnail

ମୁମ୍ବାଇ: ମହାରାଷ୍ଟ୍ର ଅହମ୍ମଦ ନଗର ଜିଲ୍ଲାରେ ଏକ ପାସେଞ୍ଜର ଟ୍ରେନରେ ନିଆଁ ଲାଗିଯାଇଛି । ଟ୍ରେନର 5ଟି ବଗି ସମ୍ପୂର୍ଣ୍ଣ ଜଳିଯାଇଛି । ମାତ୍ର ଏଥିରେ କେହି ଯାତ୍ରୀ ମୃତାହତ ହୋଇନଥିବା ସୂଚନା ସମସ୍ତଙ୍କୁ ଆଶ୍ବସ୍ତ କରିଛି । ଆଜି (ସୋମବାର) ଅପରାହ୍ନରେ ଅହମ୍ମଦ ନଗର ଜିଲ୍ଲାର ନାରାୟଣହୋହ ଷ୍ଟେସନ ନିକଟରେ ଏକ ଡିଏମୟୁ ପାସେଞ୍ଜର ଟ୍ରେନର 5ଟି କୋଚରେ ନିଆଁ ଲାଗିଯାଇଥିଲା । ତୁରନ୍ତ ରେଳ କର୍ମଚାରୀ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିଲେ । କିଛି ଘଣ୍ଟାର ପରିଶ୍ରମ ପରେ ନିଆଁ ଆୟତ୍ତ ହୋଇଛି । କେଉଁ କାରଣରୁ ନିଆଁ ଲାଗିଲା, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ନିର୍ଦ୍ଦେଶ ଦେଇଛି ରେଳବାଇ । ତେବେ ଟ୍ରେନରେ ସେତେବେଳେ କୌଣସି ଯାତ୍ରୀ ନଥିବାରୁ କେହି ମୃତାହତ ହୋଇନଥିବା ମଧ୍ୟ ରେଳବାଇ ସ୍ପଷ୍ଟ କରିଛି । ଦେଖନ୍ତୁ ଭିଡିଓ 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.