Exclusive: 'କଂଗ୍ରେସ ପ୍ରତିଶୃତି ପୂରଣ କରେ, ମୋଦିଙ୍କ ପ୍ରତିଶୃତିର ଗ୍ୟାରେଣ୍ଟି ନାହିଁ'

By ETV Bharat Odisha Team

Published : Nov 10, 2023, 9:20 PM IST

thumbnail

ରାୟପୁର: ଛତିଶଗଡ଼ ବିଧାନସଭା ନିର୍ବାଚନୀ ଲାଗି ରାଜ୍ୟରେ ରାଜନୀତି ସରଗରମ । ୯୦ ଆସନ ବିଶିଷ୍ଟ ଛତିଶଗଡ଼ରେ ଆସନ୍ତା ନଭେମ୍ବର ୧୭ ତାରିଖରେ ପଡ଼ିବ ଭୋଟ । ତେବେ ୨୦୨୩ ବିଧାନସଭା ନିର୍ବାଚନରେ କଂଗ୍ରେସ ୭୫ରୁ ଅଧିକ ଆସନରେ ବିଜୟ ହାସଲ କରିବା ସହିତ ପୁଣି ରାଜ୍ୟରେ କଂଗ୍ରେସ ସରକାର ଆସିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ଆଜି (ଶୁକ୍ରବାର) ମୁଖ୍ୟମନ୍ତ୍ରୀ ବଘେଲ ବିଭିନ୍ନ ନିର୍ବାଚନୀ ମଣ୍ଡଳ ବୁଲି ପ୍ରଚାର କରିବା ସହିତ ବିଜେପି ସରକାର ଉପରେ ବର୍ଷିଛନ୍ତି । ଏନେଇ ସେ କହିଛନ୍ତି ଯେ କଂଗ୍ରେସ ନିର୍ବାଚନୀ ପ୍ରଚାର ସମୟରେ ଯେଉଁ ପ୍ରତିଶୃତି ଦେଇଥାଏ, ତାହା ସରକାର ଗଢିଲେ ପୂରଣ କରେ । ହେଲେ ମୋଦି ସରକାରଙ୍କ ଗ୍ୟାରେଣ୍ଟିରେ କୌଣସି ଗ୍ୟାରେଣ୍ଟି ନାହିଁ । ନିର୍ବାଚନୀ ପ୍ରଚାର ସମୟରେ ଇଟିଭି ଭାରତ ସମ୍ବାଦଦାତା ପ୍ରବୀଣ କୁମାର ସିଂଙ୍କୁ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ବଘେଲ । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର  

ରିପୋର୍ଟ- ପ୍ରବୀଣ କୁମାର ସିଂ, ଇଟିଭି ଭାରତ ସମ୍ବାଦଦାତା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.