ବାରିପଦା ସହରରେ ବୁଲୁଛି ହାତୀ, ଆତଙ୍କିତ ସହରବାସୀ

By ETV Bharat Odisha Team

Published : Jan 18, 2024, 11:09 AM IST

thumbnail

Elephant Terror:  ରାଇରଙ୍ଗପୁର: ଦିନକୁ ଦିନ ରାଜ୍ୟରେ ହାତୀ ଉପଦ୍ରବ ବଢିବାରେ ଲାଗିଛି । ଜଙ୍ଗଲରେ ନ ରହି ଜନବସତି ମୁହାଁ ହେଉଛନ୍ତି ହାତୀପଲ । ଏନେଇ ଲୋକମାନେ ଆତଙ୍କିତ ଅବସ୍ଥାରେ ରହୁଥିବା ବେଳେ ବନ ବିଭାଗ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏହାରି ଭିତରେ ଆଜି ସକାଳୁ ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅନ୍ତର୍ଗତ ବାରିପଦା ସହରରେ ଏକ ହାତୀ ଛୁଆ ପଶି ଆସିଥିବାର ସ୍ଥାନୀୟ ଲୋକଙ୍କ ନଜରକୁ ଆସିଥିଲା । ମାଆ ହାତୀ ଓ ହାତୀପଲ ଠାରୁ ଅଲଗା ହେବା ପରେ ବାଟବଣା ହୋଇ ସହର ଭିତରକୁ ପଶି ଆସିଥିବା ହାତୀ ଛୁଆଟି ବାରିପଦା ପୌରପାଳିକାର ବିଭିନ୍ନ ଜାଗାରେ ଏଣେତେଣେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା । 

ଏହା ମଧ୍ୟ ପଢନ୍ତୁ-ଗାଁ ଭିତରେ ପଶିଲା ଗୋଠଛଡା ହାତୀ ଛୁଆ

ଏହାପରେ ସହର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ହାତୀ ଛୁଆଟି ବହୁ ସମୟ ଧରି ରହିଥିବା ବେଳେ ସେଠାରେ ହଷ୍ଟେଲ ଛାତ୍ରମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଦେଇଥିଲା । ପରେ ସେଠାରୁ ହାତୀ ଛୁଆ ବାହାରି ବାରିପଦା ପଶୁ ଚିକିତ୍ସାଳୟ, ବଡ଼ବଜାର ଓ ବୁଢ଼ାରାଉଳ ମଠରେ ଦୀର୍ଘ ସମୟ ଧରି ଏଣେତେଣେ ଘୁରି ବୁଲୁଥିଲା । ଏ ସମ୍ପର୍କରେ ବାରିପଦା ବନ ବିଭାଗ ଅଧିକାରୀଙ୍କୁ ଖବର ଦିଆଯାଇଥିଲା । ଖବର ପାଇ ବନ ବିଭାଗର ଟିମ୍ ହାତୀ ଛୁଆକୁ ଜନବସତି ଅଞ୍ଚଳରୁ ନିକଟସ୍ଥ ଜଙ୍ଗଲକୁ ଘଉଡାଇଥିବା ଜଣାପଡିଛି । ଏଥିସହ ବନ ବିଭାଗ ପକ୍ଷରୁ ହାତୀଟିର ଗତିବିଧି ଉପରେ ନଜର ରଖାଯାଇଛି ।

ଇଟିଭି ଭାରତ, ରାଇରଙ୍ଗପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.