ବଣାଇରେ ମାତିଛି ଦନ୍ତା, ଘର ଭାଙ୍ଗିବା ସହ ନଷ୍ଟ କଲା ଧାନଫସଲ

By

Published : May 4, 2023, 10:35 AM IST

thumbnail

ରାଉରକେଲା: ବଣାଇ ଅଞ୍ଚଳରେ ଜଙ୍ଗଲୀ ହାତୀର ଭୟ । ଜଙ୍ଗଲୀ ଦନ୍ତା ହାତୀ ଭୟରେ ଭୟଭୀତ ଜଙ୍ଗଲ ନିକଟରେ ରହୁଥିବା ଗ୍ରାମବସୀ । ହାତୀ ଗ୍ରାମକୁ ପସିବା ସହ ଘରଦ୍ବାର ସହ ଫସଲ ମଧ୍ୟ ନଷ୍ଟ କରୁଛି । ସଞ୍ଜ ନଇଁଲେ ଘର ପଡୁଛି ତାତି କବାଟ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜର ଗୁଢ଼ିଆଳି ଗ୍ରାମରେ ଏକ ବିଛଡା ଦନ୍ତା ହାତୀ ଆସି ଗ୍ରାମରେ ନିଜର ଆତଙ୍କ ଖେଳାଇଛି । ଘର ଭାଙ୍ଗିବା ସହ ଧାନ ଖାଇଛି । ଏହାସହ ଅନେକ ଫସଲ ନଷ୍ଟ କରିଛି । ତେବେ ହାତୀର ତାଣ୍ଡବ ବେଳେ ସୌଭାଗ୍ୟବଶତଃ ଘରେ କେହି ନଥିବାରୁ ଧନଜୀବନ କ୍ଷତି ହୋଇନାହିଁ । ଖବରପାଇ ଘଟଣା ସ୍ଥଳରେ ବଣାଇ ବନ ବିଭାଗ ଫରେଷ୍ଟର ସହ ଗାର୍ଡ ଏବଂ ଅନ୍ୟ ବନ ବିଭାଗ କର୍ମଚାରୀ ପହଞ୍ଚି

ହାତୀ ଘର ଭାଙ୍ଗିଥିବା ଲୋକଙ୍କୁ ଚାଉଳ ଓ ରାସନ ସାମଗ୍ରୀ କିଣିବାକୁ ଆର୍ଥିକ ସାହାଯ୍ୟ ଦିଆଯାଇଥିବା ବେଳେ ଘର ଭାଙ୍ଗିବା ବାବଦରେ କ୍ଷତି ପୂରଣ ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ହାତୀ ଆକ୍ରମଣକୁ ନେଇ ଲୋକେ ଭୟଭୀତ ହୋଇଥିବା ବେଳେ ହାତୀକୁ ଘଉଡାଇବାକୁ ବନ ବିଭାଗ ପକ୍ଷରୁ ଚେଷ୍ଟା ଜାରି ରହିଛି ।

ଇଟିଭି ଭାରତ, ସୁନ୍ଦରଗଡ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.