ଢେଙ୍କାନାଳରେ ଜମୁଛି ଗଜଲକ୍ଷ୍ମୀ ପୂଜା, ମନମୋହୁଛି ଇଜିପ୍ଟ ଲକ୍ସର ମନ୍ଦିର

By ETV Bharat Odisha Team

Published : Nov 5, 2023, 11:08 AM IST

thumbnail

ଢେଙ୍କାନାଳ: ଚଳିତ ବର୍ଷ ଢେଙ୍କାନାଳରେ ଜମୁଛି ଗଜଲଷ୍ମୀ ପୂଜା । କୁମାର ପୂର୍ଣ୍ଣିମା ଅବସରରୁ ଆରମ୍ଭ ହୋଇଥିବା ଗଜଳଷ୍ମୀ ପୂଜା ବେଶ ଧୂମ ଧାମରେ ପାଳୁଛନ୍ତି ଢେଙ୍କାନାଲବାସୀ । ଝିଲମିଲ ଆଲୋକମାଳା ସାଙ୍ଗକୁ ସାଜସଜ୍ଜା ତୋରଣ ସମସ୍ତଙ୍କୁ ଆକର୍ଷିତ କରିଛି । ହାଜାର ହଜାର ଲୋକଙ୍କ ଭିଡ ଲାଗୁଛି । ପୂଜା ପ୍ରତିଷ୍ଠାନମାନଙ୍କ ପକ୍ଷରୁ ରଙ୍ଗ ବେରଙ୍ଗର ଆଲୋକ ମାଳା ଓ ସୁଉଚ୍ଚ ତୋରଣ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିଛି । ପ୍ରତିଯୋଗିତା ମୂଳକ ଭାବେ ପୂଜା ପ୍ରତିଷ୍ଠାନ ମାନେ ନିଜ ନିଜର ମଣ୍ଡପକୁ ଅଧିକ ଆକର୍ଷଣୀୟ କରି ଦର୍ଶକକୁ ଆକୃଷ୍ଠ କରିବାରେ ଲାଗିଛନ୍ତି । ଏହାରି ଭିତରେ ଶ୍ରଦ୍ଧାଳୁଙ୍କ ମନ ମୋହିଛି ଇଜିପ୍ଟ ଲକ୍ସର ମନ୍ଦିର । କୈବଲ୍ୟ ବଜାରରେ ହୋଇଥିବା ଇଜିପ୍ଟ ଲକ୍ସର ମନ୍ଦିର ବେଶ ସୁନ୍ଦର ହୋଇଛି ଯାହାକୁ ଶ୍ରଦ୍ଧାଳୁ ବେଶ ପସନ୍ଦ କରୁଛନ୍ତି । ସୁନ୍ଦର ଭାବରେ ମିଶର ସଭ୍ୟତାର କଳାକୃତି ଓ କାରୁକାର୍ଯ୍ୟ ସମ୍ପର୍କରେ ପ୍ରଦଶିତ କରାଯାଇଛି । ଏହାକୁ ଦେଖିବାକୁ ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ଭିଡ଼ ଜମୁଛି । ଲୋକମାନେ ଏହାକୁ ଦେଖିବା ସହ ସେଲ୍ଫି ମଧ୍ୟ ଉଠାଉଛନ୍ତି । ଚାନ୍ଦୀ ମେଢ଼ରେ ଝଲସୁଛନ୍ତି ମା' ଲକ୍ଷ୍ମୀ । ଏହି ମଣ୍ଡପରେ 130କେଜି ଓଜନର ଚାନ୍ଦୀ ମେଢ଼ ଓ ଏକ କେଜିର ସୁନା ମୁକୁଟ ପରିଧାନ କରିଛନ୍ତି । ଯାହାକି ଲୋକଙ୍କ ମନମୋହୁଛି । ତେବେ ଦେଖନ୍ତୁ ଢେଙ୍କାନାଳ ପ୍ରସିଦ୍ଧ ଲକ୍ଷ୍ମୀ ପୂଜାର ଝଲକ । 

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.