ବାରାଣାସୀରେ ଗଙ୍ଗା ଆରତୀରେ ଅଂଶଗ୍ରହଣ କଲେ ଜି20 ପ୍ରତିନିଧି, ଦେଖନ୍ତୁ ଭିଡିଓ

By

Published : Jun 11, 2023, 10:24 PM IST

thumbnail

ଲକ୍ଷ୍ନୌ: ବାରାଣାସୀରେ ଗଙ୍ଗା ଆରତୀରେ ଅଂଶଗ୍ରହଣ କଲେ ଜି20 ପ୍ରତିନିଧି । ଆଜି(ରବିବାର) ସଂଧ୍ୟାରେ ବାରାଣାସୀର ପ୍ରସିଦ୍ଧ ଦଶାଶ୍ୱାମେଧ ଘାଟରେ ଆୟୋଜିତ ଗଙ୍ଗା ଆରତୀ କାର୍ଯ୍ୟକ୍ରମରେ ଜି20 ପ୍ରତିନିଧିଙ୍କ ସହ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ମଧ୍ୟ ଯୋଗ ଦେଇଛନ୍ତି । ବିଶ୍ୱ ଯୋଗାଣ ଶୃଙ୍ଖଳା, ଖାଦ୍ୟ ଏବଂ ଶକ୍ତି ସୁରକ୍ଷା ଆହ୍ବାନ ଏବଂ ଅନ୍ୟାନ୍ୟ ବୈଶ୍ବିକ ପ୍ରସଙ୍ଗ ସହ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ମୁଖ୍ୟ ପ୍ରାସଙ୍ଗିକତା ନେଇ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଉନ୍ନୟନ ମନ୍ତ୍ରୀମାନଙ୍କୁ ନେଇ ଏହି ତିନି ଦିନିଆ ବୈଠକ ଆୟୋଜନ କରାଯାଉଛି । ଚଳିତବର୍ଷ ଭାରତ ଅଧ୍ୟକ୍ଷତାରେ ଜି20 ସମ୍ମିଳନୀର ଆୟୋଜନ ଜାରି ରହିଛି । ବିଭିନ୍ନ ପ୍ରସଙ୍ଗରେ ଏକାଧିକ କାର୍ଯ୍ୟଗୋଷ୍ଠୀ କନଫରେନ୍ସ ଆୟୋଜନ ଜାରି ରହିଛି । ଭାରତର ସାସ୍କୃତିକ ପରିଚୟକୁ ବିଶ୍ବ ପ୍ରତିନିଧିଙ୍କ ସହ ପରିଚୟ କରାଇବା ଉଦ୍ଦେଶ୍ୟରେ ଦେଶର ବିଭିନ୍ନ ପ୍ରାନ୍ତରେ ଏହି ଅନ୍ତର୍ଜାତୀୟ ସମ୍ମିଳନୀର ଏକାଧିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଦେଖନ୍ତୁ ଭିଡିଓ  

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.