ଲିଙ୍ଗରାଜ ମନ୍ଦିର ପରିସରରେ ବଡବଡୁଆ ଡାକ, ପିତୃପୁରୁଷଙ୍କୁ ବିଦାୟ ଦେଲେ ଆତ୍ମୀୟସ୍ବଜନ

By ETV Bharat Odisha Team

Published : Nov 12, 2023, 10:08 PM IST

thumbnail

ଭୁବନେଶ୍ବର: ଆଜି ହେଉଛି ପବିତ୍ର ଦୀପାବଳି । ଆଜି ଦୀପଜାଳି ବାଣ ଫୁଟାଇ ସମସ୍ତେ ଦୀପାବଳି ପାଳୁଥିବା ବେଳେ ଆଜିର ପବିତ୍ର ଦିନରେ ପୂର୍ବପୁରଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦିଆଯାଇଥାଏ । ଲୋକେ କାଉଁରିଆ ଜାଳି ବଡ଼ବଡ଼ୁଆ ଡାକିଥାନ୍ତି । ଏହି ଅବସରରେ ଲିଙ୍ଗରାଜ ମନ୍ଦିର ପରିସରରେ ମଧ୍ୟ ବଡବଡ଼ୁଆ ଡାକ ହୋଇଛି । ପୂର୍ବପୁରୁଷଙ୍କୁ ମନେ ପକାଇ ବଡ଼ବଡ଼ିଆଙ୍କ ଉଦ୍ଦେଶ୍ୟରେ କାଉଁରିଆ ଟେକିଛନ୍ତି ରାଜଧାନୀବାସୀ । ମହାଳୟା ତିଥିରେ ଆଗମନ କରାଯାଇଥିବା ବେଳେ ଦୀପାବଳି ଅମାବାସ୍ୟା ତିଥିରେ ତାଙ୍କୁ ବିଦାୟ ଦିଆଯାଇଥାଏ । ତେଣୁ ପିତୃ ପୁରୁଷଙ୍କ ଆତ୍ମାର ଶାନ୍ତି ଓ ମୁକ୍ତି ପାଇଁ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ବେଶ ଆଡ଼ମ୍ବରରେ ବଡ଼ବଡ଼ୁଆ ଡକାଯାଇଛି ।  ବ୍ରହ୍ମାଙ୍କ ବିଧି ମୁତାବକ ପୂଜା ସହ କାଉଁରିଆ କାଠି ଜଳାଇ ବଡବଡିଆ ଡାକିଛନ୍ତି ଆତ୍ମୀୟସ୍ବଜନ । ସେପଟେ ବ୍ୟାପକ ଭାବେ କାଉଁରିଆ କାଠି ଦାହ କରାଯାଉଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି । ମନ୍ଦିର ପରିସରରୁ ଅଧିକ ସୂଚନା ଦେଉଛି ଆମ ପ୍ରତିନିଧି ଦେବସ୍ମିତା ରାଉତ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.