ନବରଙ୍ଗପୁରରେ ବସିଲା ଜିଲ୍ଲା ଯୋଜନା କମିଟି ବୈଠକ

By

Published : Jul 15, 2023, 8:02 AM IST

thumbnail

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଯୋଜନା କମିଟି ବୈଠକ ମିଶନ ଶକ୍ତି ହଲ ଠାରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ମନୋହର ରନ୍ଧାରିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାରେ ଆର୍ଥିକ ବର୍ଷ 2023-24 ପାଇଁ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ନିମନ୍ତେ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଇଛି । ଜିଲ୍ଲାର ବାର୍ଷିକ ଯୋଜନାରେ 153845.00 ଲକ୍ଷ ଟଙ୍କାର ଅନୁଦାନ ପ୍ରସ୍ତାବିତ ରହିଛି । କୃଷି ଗ୍ରାମୀଣ ବିକାଶ, ଜଳ ସେଚନ, ଶକ୍ତି, ପରିବହନ, ପରିବେଶ ଭଳି 10ଟି ବିଭାଗ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ।

ଜିଲ୍ଲାର 381ଟି ଗ୍ରାମ 585ଟି ଅଙ୍ଗନବାଡ଼ି ଓ 203ଟି ସ୍କୁଲରେ ପାନୀୟ ଜଳ ବ୍ୟବସ୍ଥା ନଥିବା ବେଳେ ନଳକୂପ ଖନନ ପାଇଁ ପ୍ରସ୍ତାବ ରହିଛି । ସେହିପରି ଜିଲ୍ଲାର 760ଟି ସ୍କୁଲରେ ବିଦ୍ୟୁତକରଣ ହୋଇ ନଥିବାରୁ ସେଥିପାଇଁ ସ୍ବତନ୍ତ୍ର ଯୋଜନା କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ତେନ୍ତୁଳିଖୁଣ୍ଟି, ଉମରକୋଟ ଓ ନବରଙ୍ଗପୁରରେ ମିଶନ ଶକ୍ତି କାଫେ ନିର୍ମାଣ ପାଇଁ ସ୍ବତନ୍ତ୍ର ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରାଯିବା ସହ ବ୍ୟୟ ବରାଦ କରାଯାଇଥିଲା ।

ଇଟିଭି ଭାରତ, ନବରଙ୍ଗପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.