ଦିପାବଳୀ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଜଟଣୀ ବାଣ ବଜାରରେ ଜମିଲାଣି ଭିଡ଼

By ETV Bharat Odisha Team

Published : Nov 9, 2023, 4:57 PM IST

thumbnail

ଖୋର୍ଦ୍ଧା: ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦିପାବଳୀ । ଗାଁ ଠୁ ସହର ସବୁଠି ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଚଳଚଞ୍ଚଳ ହେଲାଣି ବାଣ ବଜାର । ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଶିବକାଶୀ ଭାବରେ ପରିଚିତ ଜଟଣୀ ସହରରେ ଲାଗିଛି ବାଣ ପାଇଁ ପ୍ରବଳ ଭିଡ଼ । ଧାଡି କି ଧାଡି ଦୋକାନ ସବୁରେ ରହିଛି ହଜାରରୁ ଉର୍ଦ୍ଧ୍ୱ ପ୍ରକାରର ବାଣ । ଚଳିତ ବର୍ଷ ସୁପ୍ରିମ କୋର୍ଟ ପ୍ରଦୂଷିତ ବାଣ ଉପରେ ପ୍ରତିବନ୍ଧକ ଲଗାଇଥିବା ବେଳେ କମ ପ୍ରଦୂଷିତ ବାଣ ଫୁଟାଇବା ଉପରେ ଗୁରୁତ୍ୱ ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜଟଣୀ ସହରର ଷଣ୍ଢ ପୁର ଖଣିରେ ଖୋଲାଯାଇଛି ଅସ୍ଥାୟୀ ଲାଇସେନ୍ସପ୍ରାପ୍ତ ୯୬ଟି ବାଣ ଦୋକାନ । ଗାଁ ଗହଳିରେ ପ୍ରସ୍ତୁତ ହେଉଥିବା ତାଳ ଫୋଟୋକା, ଗୋଡି ବାଣ ଧପଧପି ସହ ଉଚ୍ଚ ପ୍ରଦୂଷଣ ଯୁକ୍ତ ବାଣକୁ ନ ରଖି ପରିବେଶ ଅନୁକୂଳ ଗ୍ରୀନ କ୍ରାକର୍ସ ବିକ୍ରି କରାଯାଉଛି । ଏହି ସବୁ ପରିବେଶ ଅନୁକୂଳ ବାଣକୁ ବ୍ୟବସାୟୀ ମାନେ ସୁଦୂର ଶିବକାଶୀରୁ ମଗାଉଥିବା କହିଛନ୍ତି । ସେପଟେ ପାଗ ଅନୁକୂଳ ଥିବାରୁ ଚଳିତ ବର୍ଷ ଭଲ ବ୍ୟବସାୟ ହେବାର ଆଶା ରଖିଛନ୍ତି ବ୍ୟବସାୟୀ । ତେବେ ବାଣ ବ୍ୟବସାୟ ନେଇ ବ୍ୟବସାୟୀ କଣ କହୁଛନ୍ତି ଶୁଣନ୍ତୁ,

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.