ବ୍ରହ୍ମପୁରରେ ଦେବସ୍ନାନ ପୂର୍ଣ୍ଣିମା ସମ୍ପନ୍ନ, ଗଜାନନ ବେଶରେ ଦର୍ଶନ ଦେଲେ ଶ୍ରୀଜିଉ

By

Published : Jun 4, 2023, 9:17 PM IST

thumbnail

ବ୍ରହ୍ମପୁର: ରେଶମ ସହର ବ୍ରହ୍ମପୁରରେ ପାରମ୍ପରିକ ରୀତିନୀତିରେ ଆୟୋଜିତ ହୋଇଛି ଦେବସ୍ନାନ ପୂର୍ଣ୍ଣିମା। ବିଭିନ୍ନ ଜଗନ୍ନାଥ ମନ୍ଦିରରେ ସକାଳ ସମୟର ମଙ୍ଗଳ ଆଳତି ପରେ ସମସ୍ତ ପ୍ରକାର ପୂଜାର୍ଚ୍ଚନା କରାଯାଇଥିଲା। ଏହା ସହିତ ଶ୍ରୀଜିଉ ମାନଙ୍କୁ ସ୍ନାନ ମଣ୍ଡପକୁ ଅଣାଯାଇ ୧୦୮ କଳସ ସୁବାସିତ ଜଳରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ନାନ କରାଯିବା ପରେ ହାତୀବେଶରେ ସଜ୍ଜିତ କରାଯାଇଥିଲା ।  ପାରମ୍ପରିକ ରୀତିନୀତିରେ ମହାପ୍ରଭୁଙ୍କୁ ଆଳତି କରାଯିବା ପରେ ସାଧାରଣ ଭକ୍ତ ଦର୍ଶନ‌ କରିଥିଲେ। ସମସ୍ତେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀଜିଉମାନଙ୍କୁ ହାତୀବେଶରେ ଦର୍ଶନ କରିବାକୁ ଅପେକ୍ଷା କରି ରହିଥାନ୍ତି। ବ୍ରହ୍ମପୁର ସହରର ଗୋଷାଣି ନୂଆଗାଁ ଜଗନ୍ନାଥ ମନ୍ଦିର, କୋର୍ଟପେଟା ଜଗନ୍ନାଥ ମନ୍ଦିରଠାରୁ ଆରମ୍ଭ କରି ସମସ୍ତ ପ୍ରମୁଖ ଜଗନ୍ନାଥ ମନ୍ଦିରରେ ପାରମ୍ପରିକ ରୀତିନୀତିରେ ଆୟୋଜିତ ହୋଇଯାଇଛି  ଦେବସ୍ନାନ ପୂର୍ଣ୍ଣିମା । ସହରରେ ଅବସ୍ଥିତ ଗୋଷାଣିନୂଆଗାଁ ଜଗନ୍ନାଥ ମନ୍ଦିର ପରିସରରେ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଥିଲା। ବହୁ ସଂଖ୍ୟାରେ ଭକ୍ତମାନେ ଆସି ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି।
 
ଇଟିଭି ଭାରତ, ବ୍ରହ୍ମପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.