ମାନସିକ ପୂରଣ ପାଇଁ ବୁଢୀ ଠାକୁରାଣୀଙ୍କ ପାଖରେ ଶ୍ରଦ୍ଧାଳୁଙ୍କ ନିଆରା ବେଶ

By

Published : Apr 22, 2023, 9:40 AM IST

Updated : Apr 22, 2023, 9:55 AM IST

thumbnail

ବ୍ରହ୍ମପୁର: ମା' ଶାଶୁଘର ଛାଡି ବାପଘରକୁ ଆସିବାର ବିତିଗଲାଣି ୧୮ ଦିନ । ଆସ୍ଥା ଏବଂ ବିଶ୍ବାସର ପର୍ବ ହେଉଛି ବୁଢୀ ଠାକୁରାଣୀଙ୍କ ଯାତ୍ରା । ଯାତ୍ରା ସମୟରେ ସାରା ସହର ଦୁଲୁକି ଉଠିଥିବା ବେଳେ ସତେ ଯେମିତି ସ୍ଵର୍ଗରୁ ଦେବାଦେବୀମାନେ ଓହ୍ଲାଇ ଆସିବା ଭଳି ମନେହୁଏ । ତେବେ  ମା'ଙ୍କ ଯାତ୍ରାର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ମାନସିକଧାରୀଙ୍କ ବେଶ ପଟୁଆର ।  ଯାତ୍ରା ପ୍ରତି ଦୁଇ ବର୍ଷକୁ ଥରେ ହେଉଥିବା ବେଳେ ଏହି ସମୟରେ ଅନେକ ମାନସିକଧାରୀ ମୁଖ୍ୟତଃ ଶିଶୁମାନେ କୃଷ୍ଣ, ବଳରାମ, ରାମ , ଲକ୍ଷ୍ମଣ, ଦୁର୍ଗା, ରାଧା, ବାବାଜୀ, ହନୁମାନ ଭଳି ବିଭିନ୍ନ ବେଶରେ ସଜ୍ଜିତ ହୋଇ  ମା'ଙ୍କୁ ଦର୍ଶନ କରିବା ପରେ ବିଭିନ୍ନ ବନ୍ଧୁ ଓ ପରିଜନଙ୍କ ଘରକୁ ଯାଇଥାନ୍ତି । କେବଳ ଶିଶୁମାନେ ନୁହଁନ୍ତି ବରଂ ବିଭିନ୍ନ ବୟସର ଶ୍ରଦ୍ଧାଳୁ ମଧ୍ୟ ଏଭଳି ବେଶରେ ସାମିଲ ହୋଇଥାନ୍ତି । ଚଳିତ ବର୍ଷ  ମା'ଙ୍କ ଯାତ୍ରା ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ବେଳେ ବର୍ତ୍ତମାନ ବିଭିନ୍ନ ଅଞ୍ଚଳରୁ ବହୁ ମାନସିକଧାରୀ ଶିଶୁଙ୍କୁ ସେମାନଙ୍କ ପରିବାର ବର୍ଗ ନିଜର ମାନସିକ ପୂରଣ କରିବା ପାଇଁ ବିଭିନ୍ନ ବେଶରେ ସଜ୍ଜିତ କରାଇ ଅସ୍ଥାୟୀ ମନ୍ଦିରରେ  ମା'ଙ୍କୁ ଦର୍ଶନ କରି ଆଶୀର୍ବାଦ ଲାଭ କରୁଛନ୍ତି । ଏହି ଅବସରରେ ବିଭିନ୍ନ ବେଶଧାରୀଙ୍କ ସହିତ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ପ୍ରତିନିଧି ।

Last Updated : Apr 22, 2023, 9:55 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.