ଅସ୍ଥାୟୀ ମନ୍ଦିରରେ ମାଆଙ୍କ ବିଶ୍ରାମ, ଆଜ୍ଞାମାଳକୁ ଦର୍ଶନ କରୁଛନ୍ତି ଭକ୍ତ

By

Published : Apr 6, 2023, 8:36 AM IST

thumbnail

ବ୍ରହ୍ମପୁର: ପ୍ରତି ଦୁଇ ବର୍ଷକୁ ଥରେ ଆୟୋଜିତ ହେଉଥାଏ ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀଙ୍କ ଯାତ୍ରା । ମାଆଙ୍କ ଆଜ୍ଞାମାଳ ମିଳିବା ପରେ ମଙ୍ଗଳବାର ମଧ୍ୟରାତ୍ରରୁ ଆରମ୍ଭ ହୋଇଯାଇଛି ଯାତ୍ରା । ପରମ୍ପରା ଅନୁଯାୟୀ ମାଆଙ୍କ ଆଜ୍ଞାମାଳ ମିଳିବା ପରେ ଗୋଟିଏ ଦିନ ମାଆ ଅସ୍ଥାୟୀ ମଣ୍ଡପରେ ବିଶ୍ରାମ ନିଅନ୍ତି । ଏହି ସମୟରେ ମାଆଙ୍କୁ ଦର୍ଶନ କରିବା ପାଇଁ ଅପେକ୍ଷା କରି ରହିଥିବା ଭକ୍ତମାନେ ଅସ୍ଥାୟୀ ମଣ୍ଡପରେ ଦର୍ଶନ କରିବା ସହିତ ମାଆଙ୍କ କରୁଣା ଲାଭ କରିଥାନ୍ତି । 

ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀ ଯାତ୍ରାରେ ଦ୍ୱିତୀୟ ଦିବସ ବିଶ୍ରାମ ପରେ ତୃତୀୟ ଦିବସରେ ମାଆଙ୍କ ଆଜ୍ଞାମାଳ ଘଟ ପରିକ୍ରମା କରାଯିବ । ମାଆଙ୍କ ପ୍ରଥମ ଦିନର ଘଟ ପରିକ୍ରମାରେ ରହିଥାଏ ସ୍ୱତନ୍ତ୍ର ରୀତିନୀତି । ମାଆଙ୍କ ଘଟ ପ୍ରଥମେ ବାପଘର ଦେଶୀବେହେରାଙ୍କ ଘରୁ ବାହାରି ମହୁରୀ ରାଜବାଟୀରେ ପହଞ୍ଚି ମହୁରୀ ରାଜାଙ୍କ ଆଳତୀ ହେବା ସହିତ ରାଜା ନରେନ୍ଦ୍ର ଦେଓଙ୍କ ପୁଜାର୍ଚ୍ଚନା ପରେ ପୁଣି ଘଟ ଦେଶୀ ବେହେରା ସାହି ପରିକ୍ରମା କରି ଅସ୍ଥାୟୀ ମନ୍ଦିରକୁ ଫେରିଥାଏ । ଆଉ ଚତୁର୍ଥ ଦିନ ଠାରୁ ମାଆ ସହର ପରିକ୍ରମା କରିଥାନ୍ତି । 

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.