ଅନୁଗୋଳରେ ସାଇବର ସଚେତନତା ରଥ, ‘ସହରବାସୀଙ୍କୁ ସଚେତନ କରିବା ମୁଖ୍ୟ ଲକ୍ଷ୍ୟ’

By ETV Bharat Odisha Team

Published : Oct 8, 2023, 8:25 PM IST

thumbnail

ଅନୁଗୋଳ: ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ମିନି ମାରାଥନ ଓ ସାଇକ୍ଲୋଥନ କାର୍ଯ୍ୟକ୍ରମ । ଅନୁଗୋଳ ଜିଲ୍ଲା ପୋଲିସ ପକ୍ଷରୁ ସ୍କୁଲ ଛାତ୍ରଛାତ୍ରୀକୁ ସଚେତନ କରିବା ସହ ମାରାଥନ ଦ୍ଵାରା ଜନସାଧାରଣଙ୍କୁ ସଚେତନ କରାଯାଇଛି । ସାଇବର ଅପରାଧ ରୋକିବା ପାଇଁ ରାଜ୍ୟ ସରକାର ନେଇଛନ୍ତି ଏହି ପଦକ୍ଷେପ । ସାଇବର ଅପରାଧ ନହେବା ପାଇଁ ସବୁଠାରୁ ବଡ କଥା ହେଲା ସଚେତନତା । ଲୋକ ଯେତେ ସଚେତନ ହେବେ ସେତିକି ସାଇବର ଅପରାଧୀମାନେ ଅପରାଧ ଘଟାଇବାରେ ଅକ୍ଷମ ହେବେ । ଏଥିପାଇଁ ଗତ ୩୦ ତାରିଖରୁ ସବୁ ଜିଲ୍ଲାରେ ସାଇବର ରଥ ବୁଲି ବୁଲି ଲୋକଙ୍କୁ ସଚେତନ କରୁଛି । ଅନୁଗୁଳ ଜିଲ୍ଲାରେ ମଧ୍ୟ ଏହି ସାଇବର ରଥ ବୁଲି ଲୋକମାନଙ୍କୁ ସଚେତନ କରାଉଛି । ଏହି ରଥ ଜିଲ୍ଲାର ସମସ୍ତ ବ୍ଲକ ଓ ଥାନାରେ ପହଞ୍ଚି ଲୋକଙ୍କୁ ସଚେତନ କରାଉଥିବାବେଳେ ବିଶେଷକରି ସ୍କୁଲ, କଲେଜ, ସିନିୟର ସିଟିଜେନ ଏବଂ ମହିଳାମାନଙ୍କୁ ସ୍ୱତନ୍ତ୍ର ଭାବରେ ସଚେତନ କରାଇବାକୁ ପ୍ରୟାସ ଜାରି ରଖିଛି । ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବାକୁ କୁଇଜ କମ୍ପିଟିସନ ମଧ୍ୟ କରାଯାଉଛି । 

ଅନୁଗୋଳ ଏସପି ସୁଧାଂଶୁ ଶେଖର ମିଶ୍ର କହିଛନ୍ତି, ‘‘ଯୁଗ ଯେତିକି ଆଡଭାନ୍ସ ଟେକ୍ନୋଲୋଜି ଆପଣାଉଛି ସାଇବର ଅପରାଧୀମାନେ ସେତିକି ଜାଲ ବିଛାଉଛନ୍ତି । ଏଣୁ ଏହି ସାଇବର ଅପରାଧରୁ ବର୍ତ୍ତିବା ପାଇଁ ସଚେତନନତା ସବୁଠାରୁ ଅଧିକ ଜରୁରୀ । ଲୋକଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ ମିନି ମାରାଥନ ଓ ସାଇକ୍ଲୋଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।’’

ଅନୁଗୋଳ ଶୈଳଶ୍ରୀ କ୍ଷେତ୍ର ନିକଟରୁ ମିନି ମାରାଥନ ଓ ସାଇକ୍ଲୋଥନ କାର୍ଯ୍ୟକ୍ରମକୁ ଉତ୍ତର କେନ୍ଦ୍ରାଞ୍ଚଳ DIG, ଅନୁଗୋଳ ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ ପ୍ରମୁଖ ପତାକା ଦେଖାଇ ଆରମ୍ଭ କରିଥିଲେ । ଏଥିରେ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ସଚେତନ ନାଗରିକ ଓ ସହର ବାସିନ୍ଦା ଅଂଶ ଗ୍ରହଣ କରିଥିଲେ । 
 

ଏହା ମଧ୍ୟ ପଢନ୍ତୁ.. ରାଉରକେଲାରେ ଗଡିଲା ସାଇବର କ୍ରାଇମ ସଚେତନତା ରଥ

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.